ଆଜି ଗୁଜୁରାଟ ଯିବେ ୫ ପୋଲିସ କର୍ମଚାରୀ ; କରାଯିବ ଲାଏ ଡିଟେକ୍ସନ୍

ଭରତପୁର ଥାନା ମାମଲା । ଆଜି ଗୁଜରାଟ ଯିବେ ୫ ପୁଲିସ କର୍ମଚାରୀ । ସୋମବାର ମିଛଧରା ପରୀକ୍ଷାର ହେବେ ସମ୍ମୁଖୀନ । ଲାଏ ଡିଟେକ୍ସନ ପାଇଁ କୋର୍ଟଙ୍କ ଅନୁମତି ପରେ କ୍ରାଇମ୍‌ବ୍ରାଞ୍ଚର ତତ୍ପରତା ।

cops

କନକ ବ୍ୟୁରୋ: ଭରତପୁର ଥାନା ମାମଲା । ଆଜି ଗୁଜରାଟ ଯିବେ ନିଲମ୍ୱିତ ୫ ପୁଲିସ କର୍ମଚାରୀ । ସୋମବାର ଗାନ୍ଧୀନଗର ସ୍ଥିତ ଫୋରେନ୍ସିକ ଲାବୋରାଟୋରିରେ ମିଛଧରା ପରୀକ୍ଷାର ସମ୍ମୁଖୀନ ହେବେ । ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ନାର୍କୋ ଟେଷ୍ଟ, ବ୍ରେନ୍ ମ୍ୟାପିଂ ଓ ଲାଏ ଡିଟେକ୍ସନ ପରୀକ୍ଷା ହେବାକୁ ଥିବା ବେଳେ ଅନ୍ୟ ୪ ଜଣଙ୍କର କେବଳ ମିଛଧରା ପରୀକ୍ଷା କରାଯିବ । 

ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସାଗରିକା ରଥ, ସଲିଳାମୟୀ ସାହୁଙ୍କୁ ଏହି ମାମଲାରେ ନିଲମ୍ୱନ କରାଯାଇଛି । ତେଣୁ ସେମାନଙ୍କଠାରୁ ଘଟଣା ଦିନ ରାତିର ପ୍ରକୃତ ସତ ବାହାର କରିବାକୁ ଏହି ସାଇଣ୍ଟିଫିକ୍ ପରୀକ୍ଷା କରାଯିବ । ମାତ୍ର ସ୍ୱାଧୀନ ସାକ୍ଷୀ ଏସଆଇ ପ୍ରଶାନ୍ତ ମହାରଣାଙ୍କୁ ମଧ୍ୟ ଏହି ପରୀକ୍ଷାରେ ବସିବାକୁ ପଡ଼ିବ । ଏଥିପାଇଁ କୋର୍ଟରେ ଆବେଦନ କରାଯାଇଥିଲା ଏବଂ ପକ୍ଷଙ୍କ ସହମତି ମିଳିବା ପରେ କୋର୍ଟ ଏସବୁ ପରୀକ୍ଷା କରାଇବାକୁ ଅନୁମତି ଦେଇଛନ୍ତି । ତେଣୁ ଆଜି ସେମାନଙ୍କୁ ନେଇ ଗୁଜରାଟ ଗସ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe