ଭରତପୁର ଥାନା ବିବାଦର ନ୍ୟାୟିକ ତଦନ୍ତ ଆରମ୍ଭ; କାଲିଠୁ ୨୧ ଦିନ ଯାଏଁ ସତ୍ୟପାଠ ଗ୍ରହଣ କରିବେ କମିଶନ

ଭରତପୁର ଥାନା ମାମଲାରେ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ପ୍ରମୁଖ ଅଧିକାରୀ ଓ ତଦନ୍ତକାରୀ ସଂସ୍ଥାରୁ ତଥ୍ୟ ସଂଗ୍ରହ କରିଛନ୍ତି କମିଶନ । ଏବେ ୨୧ ଦିନ ଯାଏଁ ସତ୍ୟପାଠ ଗ୍ରହଣ କରାଯିବ ।

Bharatpur case

କନକ ବ୍ୟୁରୋ : ଭୁବନେଶ୍ୱର ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସର୍କିଟ ହାଉସରେ ବୈଠକ ବସିଥିଲା । ଏଥିରେ ପୋଲିସ ଡିଜି, ପୋଲିସ କମିଶନର, ଗୃହ ବିଭାଗ ସଚିବ ଓ ତଦନ୍ତକାରୀ ସଂସ୍ଥାଠାରୁ ତଥ୍ୟ ସଂଗ୍ରହ କରିଛନ୍ତି କମିଶନ୍ । ନିଷ୍ପତ୍ତି ଅନୁସାରେ..

ମଙ୍ଗଳବାରଠାରୁ ୨୧ ଦିନ ପର୍ଯ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ

୨୧ ଦିନ ଭିତରେ ସତ୍ୟପାଠ ଦାଖଲ କରିପାରିବେ ପକ୍ଷ ଓ ପ୍ରତିପକ୍ଷ

ସମସ୍ତ ସତ୍ୟପାଠ ଆସିବା ପରେ ତାକୁ ଯାଞ୍ଚ କରିବେ କମିଶନ୍‌

ଏହାପରେ ସାକ୍ଷ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ

ଘଟଣାରେ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ବି ପଚରାଉଚରା କରାଯିବ

ଘଟଣା ସଂପର୍କରେ ଯିଏ ଚାହିଁବେ ସିଏ ସତ୍ୟପାଠ ଦାଖଲ କରି ପାରିବେ । ସମସ୍ତ କାମ ସରିବା ପରେ କମିଶନ ତାଙ୍କ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବେ ।

ଅନ୍ୟପଟେ ଭରତପୁର ଥାନାର ନିଲମ୍ବିତ ଅଧିକାରୀଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କୁ ନେଇ ଗୁଜରାଟରେ ପହଁଚିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ । ଦୁଇଜଣ ଡିଏସପିଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଟିମ୍‌ ସମସ୍ତଙ୍କୁ ଧରି ଗୁଜରାଟରେ ପହଁଚିଛି । ଗାନ୍ଧୀନଗର ସ୍ଥିତ ଷ୍ଟେଟ ଫରେନସିକ ଲାବରେଟୋରୀରେ ସେମାନଙ୍କର ମିଛଧରା ପରୀକ୍ଷା ଚାଲିଛି ।

ମିଳିଥିବା ସୂଚନା ଅନୁସାରେ, ଭରତପୁର ଥାନାର ନିଳମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ନାର୍କୋ ଟେଷ୍ଟ, ବ୍ରେନ ମ୍ୟାପିଂ ଓ ଲାଏ ଡିଟେକ୍ସନ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ । ଅନ୍ୟ ୪ କର୍ମଚାରୀଙ୍କର କେବଳ ମିଛ ଧରା ପରୀକ୍ଷା କରାଯାଉଛି । ଏଥିପାଇଁ ଦୀନକୃଷ୍ଣଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ସହମ୍ମତି ଜଣାଇବା ପରେ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲେ ଭୁବନେଶ୍ୱର ଜେଏମଏଫସି କୋର୍ଟ । ସେପଟେ ଗିରଫଦାରୀ ଏଡ଼ାଇବାକୁ ସମସ୍ତ ୫ ନିଲମ୍ୱିତ ପୋଲିସ ଅଧିକାରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ମଧ୍ୟ ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe