କନକ ବ୍ୟୁରୋ : ଭୁବନେଶ୍ୱରଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ।ଜଷ୍ଟିସ୍ ଚିତ୍ତରଞ୍ଜନଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସର୍କିଟ ହାଉସରେ ବୈଠକ ବସିଥିଲା । ଏଥିରେ ପୋଲିସ ଡିଜି, ପୋଲିସକମିଶନର, ଗୃହ ବିଭାଗ ସଚିବ ଓ ତଦନ୍ତକାରୀ ସଂସ୍ଥାଠାରୁ ତଥ୍ୟ ସଂଗ୍ରହ କରିଛନ୍ତି କମିଶନ୍ । ନିଷ୍ପତ୍ତିଅନୁସାରେ..
ମଙ୍ଗଳବାରଠାରୁ୨୧ ଦିନ ପର୍ଯ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ
୨୧ ଦିନଭିତରେ ସତ୍ୟପାଠ ଦାଖଲ କରିପାରିବେ ପକ୍ଷ ଓ ପ୍ରତିପକ୍ଷ
ସମସ୍ତସତ୍ୟପାଠ ଆସିବା ପରେ ତାକୁ ଯାଞ୍ଚ କରିବେ କମିଶନ୍
ଏହାପରେସାକ୍ଷ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ
ଘଟଣାରେ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ବି ପଚରାଉଚରା କରାଯିବ
ଘଟଣା ସଂପର୍କରେଯିଏ ଚାହିଁବେ ସିଏ ସତ୍ୟପାଠ ଦାଖଲ କରି ପାରିବେ । ସମସ୍ତ କାମ ସରିବା ପରେ କମିଶନ ତାଙ୍କ ରିପୋର୍ଟପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବେ ।
ଅନ୍ୟପଟେ ଭରତପୁର ଥାନାରନିଲମ୍ବିତ ଅଧିକାରୀଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କୁ ନେଇ ଗୁଜରାଟରେ ପହଁଚିଛି କ୍ରାଇମବ୍ରାଞ୍ଚରସ୍ୱତନ୍ତ୍ର ଟିମ୍ । ଦୁଇଜଣ ଡିଏସପିଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଟିମ୍ ସମସ୍ତଙ୍କୁ ଧରି ଗୁଜରାଟରେପହଁଚିଛି । ଗାନ୍ଧୀନଗର ସ୍ଥିତ ଷ୍ଟେଟ ଫରେନସିକ ଲାବରେଟୋରୀରେ ସେମାନଙ୍କର ମିଛଧରା ପରୀକ୍ଷା ଚାଲିଛି ।
ମିଳିଥିବା ସୂଚନା ଅନୁସାରେ, ଭରତପୁର ଥାନାର ନିଳମ୍ବିତ ଆଇଆଇସିଦୀନକୃଷ୍ଣ ମିଶ୍ରଙ୍କୁ ନାର୍କୋ ଟେଷ୍ଟ, ବ୍ରେନ ମ୍ୟାପିଂ ଓ ଲାଏ ଡିଟେକ୍ସନ ପରୀକ୍ଷାର ସମ୍ମୁଖୀନହେବାକୁ ପଡ଼ିବ । ଅନ୍ୟ ୪ କର୍ମଚାରୀଙ୍କର କେବଳ ମିଛ ଧରା ପରୀକ୍ଷା କରାଯାଉଛି । ଏଥିପାଇଁ ଦୀନକୃଷ୍ଣଙ୍କସହ ଅନ୍ୟ ପୋଲିସ କର୍ମଚାରୀ ସହମ୍ମତି ଜଣାଇବା ପରେ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲେ ଭୁବନେଶ୍ୱରଜେଏମଏଫସି କୋର୍ଟ । ସେପଟେ ଗିରଫଦାରୀ ଏଡ଼ାଇବାକୁ ସମସ୍ତ ୫ ନିଲମ୍ୱିତ ପୋଲିସ ଅଧିକାରୀ ହାଇକୋର୍ଟରେଆଗୁଆ ଜାମିନ ଆବେଦନ କରିଥିବା ମଧ୍ୟ ଜଣାପଡିଛି ।