ରାସ୍ତାରେ ଅମଳ ହେଉଛି ମକା । ଖଳାର ସ୍ଥାନ ନେଇଛି ଭାରତମାଳା ରାସ୍ତା

Advertisment

ନବରଙ୍ଗପୁର ଚାଷୀଙ୍କ ପାଇଁ ବରଦାନ ସାଜିଛି ଭାରତମାଳା ରାସ୍ତା। ମକା-ଧାନ ଶୁଖାଇବାକୁ ପ୍ରକୃଷ୍ଠ ସ୍ଥାନ ନାହିଁ। ତେଣୁ ଭାରତମାଳା ରାସ୍ତାକୁ ବିକଳ୍ପ ଭାବେ ବାଛିଛନ୍ତି ଚାଷୀ। ମକା ଓ ଧାନ ଶୁଖାଇବା କାମରେ ବ୍ୟବହାର କରୁଛନ୍ତି

ନବରଙ୍ଗପୁର ଚାଷୀଙ୍କ ପାଇଁ ବରଦାନ ସାଜିଛି ଭାରତମାଳା ରାସ୍ତା। ମକା-ଧାନ ଶୁଖାଇବାକୁ ପ୍ରକୃଷ୍ଠ ସ୍ଥାନ ନାହିଁ। ତେଣୁ ଭାରତମାଳା ରାସ୍ତାକୁ ବିକଳ୍ପ ଭାବେ ବାଛିଛନ୍ତି ଚାଷୀ। ମକା ଓ ଧାନ ଶୁଖାଇବା କାମରେ ବ୍ୟବହାର କରୁଛନ୍ତି

nabarangpur khala

କନକ ବ୍ୟୁରୋ: ନବରଙ୍ଗପୁର ଚାଷୀଙ୍କ ପାଇଁ ବରଦାନ ସାଜିଛି ଭାରତମାଳା ରାସ୍ତା। ମକା-ଧାନ ଶୁଖାଇବାକୁ ପ୍ରକୃଷ୍ଠ ସ୍ଥାନ ନାହିଁ। ତେଣୁ ଭାରତମାଳା ରାସ୍ତାକୁ ବିକଳ୍ପ ଭାବେ ବାଛିଛନ୍ତି ଚାଷୀ। ମକା ଓ ଧାନ ଶୁଖାଇବା କାମରେ ବ୍ୟବହାର କରୁଛନ୍ତି। ଜିଲ୍ଲାର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ପିଣ୍ଡି ରହିଛି। ତାହା ପର୍ଯ୍ୟାପ୍ତ ନୁହେଁ, ତେଣୁ ବାଧ୍ୟ ହୋଇ ରାସ୍ତା ଉପରେ ଫସଲ ଅମଳ କରୁଛନ୍ତି ।

ନବରଙ୍ଗପୁରରେ ୧୧୬ ହଜାର ହେକ୍ଟର ଜମିରେ ଧାନ ଓ ୬୫ ହଜାର ହେକ୍ଟର ଜମିରେ ମକା ଚାଷ ହୋଇଛି। ମକା ଓ ଧାନକୁ ଅଧିକ ଦିନ ସଂରକ୍ଷିତ କରି ରଖିବା ପାଇଁ ଶୁଖାଇବାକୁ ପଡେ। କ୍ଷେତରୁ ଫସଲ କାଟି ଆଣି ଖଳାରେ ଶୁଖାଯାଏ। ଏଥିପାଇଁ ଖଳା ପ୍ରସ୍ତୁତ କରିବାକୁ ପଡ଼େ। ମାଟି ଖଳାରେ ଉତ୍ପାଦ ଶୁଖିବା ପାଇଁ ଅଧିକ ଦିନ ସମୟ ଲାଗେ। କିନ୍ତୁ ପିଚୁ ରାସ୍ତାରେ ଖୁବ୍ କମ୍ ସମୟରେ କମ୍ ଖର୍ଚ୍ଚରେ ଅମଳ ହେଉଛି। ମାତ୍ର ୨ରୁ ୩ ଦିନରେ ଶୁଖି ବିକ୍ରି ପାଇଁ ପ୍ରସ୍ତୁତ ହୋଇଯାଉଥିବା ଚାଷୀ କହିଛନ୍ତି।

ଚାଷୀ ସିନା ଏବେ ରାସ୍ତା ଉପରେ ଫସଲ ଅମଳ କରୁଛନ୍ତି। ଆଗକୁ ଗାଡ଼ି ଚଳାଚଳ ସ୍ୱାଭାବିକ ହେଲେ ତାହା ସମ୍ଭବ ହେବ ନାହିଁ। ତେଣୁ ଏହାର ସ୍ଥାୟୀ ସମାଧାନ କରିବାର ଆବଶ୍ୟକତା ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe