କନକ ବ୍ୟୁରୋ : ମିଡ଼ିଆ ପ୍ଲାନିଂ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ରେ ବଳିଷ୍ଠ ଅବଦାନ ପାଇଁ ଭରତ ପ୍ରଧାନଙ୍କୁ ସମ୍ମାନିତ ସମୟ ଏକ ଅଗ୍ରଣୀ ଦୈନିକ ଖବରକାଗଜର କନକ୍ଳେଭ ୨୦୨୫ ଅନୁଷ୍ଠିତ ହୋଇଛି । ଏହି କନକ୍ଳେଭରେ ନାଲକୋର କାର୍ୟ୍ୟକାରୀ ନିର୍ଦ୍ଦେଶକ ଆଶୁତୋଷ ରଥ, ମ୍ୟାନିଜିଂ ଏଡିଟର ରଞ୍ଜୀବ ବିଶ୍ୱାଳ, ସୁରେଶ କୁମାର ପାଣିଗ୍ରାହୀ ( ମ୍ୟାନେଜିଂ ଟ୍ରଷ୍ଟି, ହାଇଟେକ ମେଡିକାଲ), ନିର୍ଦ୍ଦେଶିକା ଅନୀତା ମହାନ୍ତି, ମୁଖ୍ୟ ସମ୍ପାଦକ ରାକେଶ ଚନ୍ଦ୍ର ମହାନ୍ତି, ପପୁ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ରାଜ୍ୟର ୧୦ ଜଣ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମୟ ତରଫରୁ ସମ୍ମାନିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ମିଡ଼ିଆ ପ୍ଲାନିଂ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ରେ ବଳିଷ୍ଠ ଅବଦାନ ଥିବା ଭରତ ମୋସନ ଇଭେଣ୍ଟସର ମ୍ୟାନେଜିଂ ଡାଇରେକ୍ଟର ତଥା ଯୁବ ଉଦ୍ୟୋଗୀ ଭରତ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା । ନୟାଗଡ ଜିଲ୍ଲା ଖଣ୍ଡପଡା ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ଭରତ ପ୍ରଧାନ ଖୁବ କମ୍ ବୟସରେ ମିଡ଼ିଆ ଏବଂ ଇଭେଣ୍ଟ ଦୁନିଆରେ ପାଦ ରଖି ଅନେକ କାମ କରିଛନ୍ତି । ନିଜେ ଗଢ଼ିଥିବା ଏକ ସଂଗଠନ ଦ୍ୱାରା ବିଭିନ୍ନ ସମାଜ ମଙ୍ଗଳ କାର୍ୟ୍ୟକ୍ରମରେ ନିଜକୁ ନିୟୋଜିତ କରି ବହୁବାର ବହୁ ସଂଗଠନ ଦ୍ୱାରା ସମ୍ମାନିତ ହୋଇଛନ୍ତି । ବସ୍ତିରେ ରହୁଥିବା ପିଲାଙ୍କୁ ପାଠ ପଢ଼ାଇବା ପାଇଁ ବିଭିନ୍ନ ପ୍ରକାରର ପାଠ୍ୟ ଉପକରଣ, ବ୍ୟାଗ, ବହି, ଖାତା, କଲମ ଇତ୍ୟାଦି ଯୋଗାଇଦେଇଥାନ୍ତି । ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ତାଙ୍କର ଦକ୍ଷ ପ୍ରତିଭା ପାଇଁ ସମୟ କନକ୍ଳେଭ ୨୦୨୫ ତରଫରୁ ଶ୍ରୀ ଭରତ ପ୍ରଧାନଙ୍କୁ ସମ୍ମାନିତ କରାଯାଇଛି ।