କନକ ବ୍ୟୁରୋ : ରାଜ୍ୟ କଂଗ୍ରେସ ପ୍ରଭାରୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ବୈଠକରେ ପିସିସି ସଭାପତିଙ୍କ ବିରୋଧରେ ଶୁଭିଛି ବିରୋଧର ସ୍ୱର। ଘରେ ପଶୁ ପଶୁ ଚାଳ ବାଜିଲାଣି । ଭକ୍ତଦାସଙ୍କୁ ନିଜ ଦଳରୁ ହିଁ ବିରୋଧ କଲେଣି ବରିଷ୍ଠ ନେତା  । ଭକ୍ତଙ୍କ ରଣନୀତି ଉପରେ କେଁ ପୁରାଇଛନ୍ତି ଶ୍ରୀକାନ୍ତ ଜେନା ଓ ଅନନ୍ତ ସେଠୀଙ୍କ ଭଳି ନେତା । ବିଧାନସଭାରେ କଂଗ୍ରେସ ଆଭିମୁଖ୍ୟ ଓ ତାରା ନିଲମ୍ବନ ଏବଂ ବିଧାନସଭା ଘେରାଉ ନେଇ କଂଗ୍ରେସ ଭବନରେ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଭକ୍ତଙ୍କ ରଣନୀତି ଉପରେ  ଦଳ ଆଗକୁ କେମିତି ବଢିବ ସେ ନେଇ ଆଲୋଚନା ହେଉଥିଲା । ଏହି ସମୟରେ ଭକ୍ତଙ୍କ ରଣନୀତିକୁ ସିଧା ବିରୋଧ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଆଉ ଶ୍ରୀକାନ୍ତଙ୍କ ସହ ତାଳ ମିଳାଇଛନ୍ତି ପୂର୍ବତନ ସାଂସଦ ଅନନ୍ତ ସେଠୀ । ସଂକଳ୍ପ  ଯାତ୍ରାକୁ  ଏହି ଦୁଇ ନେତା ଜୋରଦାର ବିରୋଧ କରିଛନ୍ତି ।

Advertisment

ନୂଆ ପିସିସି ସଭାପତି ହେବା ପରେ ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରାତ୍ମକ ମୁଡରେ ଅଛି ରାଜ୍ୟ କଂଗ୍ରେସ । ଓଡିଶା ପଂହଚିବା ପରେ ଭକ୍ତ ପ୍ରଥମେ ଭୁବନେଶ୍ବରରୁ ପୁରୀ ସଂକଳ୍ପ ଯାତ୍ରା କରିଥିଲେ । ଏହାପରେ ୧୦ ତାରିଖରେ ସବୁ ଜିଲ୍ଲାପାଳ ଅଫିସରେ  ଘେରାଉ କରିଥିଲେ କଂଗ୍ରେସ କର୍ମୀ। କିନ୍ତୁ ଏବେ ଶ୍ରୀକାନ୍ତ-ଅନନ୍ତଙ୍କ  ସିଧାସଳଖ ବିରୋଧ କଂଗ୍ରେସ ସଭାପତିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।  କଂଗ୍ରେସ ସଭାପତି ନିଯୁକ୍ତିର କିଛି ଦିନ ମଧ୍ୟରେ ଦଳରୁ ହିଁ ବିରୋଧ ଦେଖିବାକୁ ମିଳୁଛି । ଏବେ ଭକ୍ତଙ୍କ ରଣନୀତକୁ  ବରିଷ୍ଠ ନେତାଙ୍କ ବିରୋଧ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।