କନକ ବ୍ୟୁରୋ: ରାଜ୍ୟ କଂଗ୍ରେସର ନୂଆ ମୁଖିଆ ଭାବେ ଆଦି ବିଧିବଦ୍ଧ ଭାବେ ଦାୟିତ୍ବ ନେବେ ଭକ୍ତଚରଣ ଦାସ । କଂଗ୍ରେସ କାର୍ୟ୍ୟାଳୟ ଆସି ଦାୟିତ୍ବ ଗ୍ରହଣ କରିବେ । ଗୁରୁବାର କଂଗ୍ରେସ ସଭାପତିଙ୍କ ୩ ଦିନିଆ ସଂକଳ୍ପ ପଦଯାତ୍ରା ଶେଷ ହୋଇଛି । ଭୁବନେଶ୍ବରରୁ ଆରମ୍ଭ ହୋଇଥିବା ଏହି ସଂକଳ୍ପ ଯାତ୍ରା ସାକ୍ଷୀଗୋପାଳ ମନ୍ଦିରରେ ସରିଛି । ଏହି ସଂକଳ୍ପ ପଦ ଯାତ୍ରା ଜରିଆରେ ସାରା ରାଜ୍ୟକୁ ଏକ ସନ୍ଦେଶ ପହଂଚାଇ ପାରିଛି କଂଗ୍ରେସ । ରାଜ୍ୟ କଂଗ୍ରେସ ରାଜ୍ୟର ହିତ ପାଇଁ ଏକ ବିପ୍ଲବୀ ବାତାବରଣ ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି କଂଗ୍ରେସ ମୁଖିଆ । ଏହି ପଦଯାତ୍ରାରେ କଂଗ୍ରେସର ବରିଷ୍ଠ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ । ଭୁବନେଶ୍ୱରରୁ ପୁରୀ ୩ ଦିନିଆ ପଦଯାତ୍ରା ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଶେଷରେ ପ୍ରଭୁ ସାକ୍ଷୀଗୋପୀନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇ ଭୁବନେଶ୍ୱର ଅଭିମୁଖେ ଫେରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।