nuapada bhakta das Photograph: (kanak news)
କନକ ବ୍ୟୁରୋ: କାଲି ଆସିବ ନୂଆପଡ଼ା ରେଜଲ୍ଟ । ଆଉ ଏହା ପୂର୍ବରୁ ପିସିସି ସଭାପତି ଭକ୍ତ ଦାସ କଂଗ୍ରେସର ବିଜୟ ନେଇ କରିଛନ୍ତି ବଡ଼ ଭବିଷ୍ୟବାଣୀ । ନୂଆପଡ଼ା ରେଜଲ୍ଟ ଆସିବା ପୂର୍ବରୁ ପିସିସି ସଭାପତି କହିଛନ୍ତି,ନୂଆପଡ଼ାରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ବିଜୟୀ ହେବେ । ଏହାସହିତ ଭକ୍ତ ଦାସ ଭୋଟ୍ ଚୋରି ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ବିଜେପି ଷଡ଼ଯନ୍ତ୍ର କରି ଭୋଟ୍ ଚୋରି କରିଛି । ହେଲେ ନୂଆପଡ଼ାରେ କଂଗ୍ରେସ ପ୍ରାର୍ଥୀ ଅଢ଼େଇରୁ ୫ ହଜାର ଭୋଟରେ ବିଜୟୀ ହେବେ ।
ଜାଣିରଖିବା ଉଚିତ ଯେ, ଏହା ପୂର୍ବରୁ ବିଜେଡି ନେତା ମଧ୍ୟ ଗତକାଲି ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ବିଜୟୀ ହେବା ନେଇ ଭବିଷ୍ୟବାଣୀ କରିଥିଲେ । ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୧୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ । ସେହିପରି ବିଜେଡି ନେତା ପ୍ରଦୀପ ମାଝୀ ମଧ୍ୟ କହିଥିଲେ ବିଜେଡି ୧୦ରୁ ୨୦ ହଜାର ଭୋଟରେ ବିଜୟୀ ହେଇଥିଲେ । ସେହିପରି ବିଜେପି ନେତା ମଧ୍ୟ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ ।
ଆହୁରି ପଢ଼ନ୍ତୁ : କାଲି ନୂଆପଡ଼ା ଉପନିର୍ବାଚନର ଆସିବ ଫଳାଫଳ, ଆସନ ଜିତିବାକୁ ସବୁ ଦଳର ଦମ୍ଭୋକ୍ତି
ତେବେ ନୂଆପଡ଼ା ଉପ ନିର୍ବାଚନ ପାଇଁ ଶେଷ ହୋଇସାରିଛି ଭୋଟିଂ । ଆସନ୍ତା ନଭେମ୍ବର ୧୪ ତାରିଖରେ ନୂଆପଡ଼ା ରେଜଲ୍ଟ ଆସିବାକୁ ଥିବାବେଳେ, ଏବେଠୁ କିନ୍ତୁ ନୂଆପଡ଼ା ବିଜୟ ନେଇ ନେତା କଲେଣି ଭବିଷ୍ୟବାଣୀ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଆଉ କଂଗ୍ରେସର ନେତା ଏବେଠୁ ନୂଆପଡ଼ାରେ ନିଜ ନିଜର ପ୍ରାର୍ଥୀ ବିଜୟୀ ହେବେ ବୋଲି ଭବିଷ୍ୟବାଣୀ କରିବା ଆରମ୍ଭ କରିଥିବାବେଳେ, ନୂଆପଡ଼ାରେ କିଏ ବାଜି ମାରୁଛି, ଏବେ ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା ।
ଗତକାଲି କନକ ନ୍ୟୁଜର ଡିବେଟରେ ବିଜେଡି ନେତା ପ୍ରମିଳା ମଲ୍ଲିକ ନୂଆପଡ଼ା ରେଜଲ୍ଟକୁ ନେଇ ବଡ଼ ବୟାନ ରଖିବା ସହିତ ସ୍ନେହାଙ୍ଗିନୀ ଛୁରିଆ ୧୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ଦେଖାଇଥିଲେ । ସେହିପରି ବିଜେଡି ନେତୀ ପ୍ରଦୀପ ମାଝୀ ମଧ୍ୟ ନୂଆପଡ଼ାରେ ବିଜେଡି ପ୍ରାର୍ଥିନୀ ୧୦ରୁ ୨୦ ହଜାର ଭୋଟରେ ବିଜୟୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ ।
ଆହୁରି ପଢ଼ନ୍ତୁ : ୩୪ ଲକ୍ଷ ଆଧାର କାର୍ଡଧାରୀ ମୃତ! ପଶ୍ଚିମବଙ୍ଗରୁ ଆସିଲା ସାଂଘାତିକ ଘଟଣା
ସେପଟେ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିପୁଳ ଭୋଟରେ ବିଜୟୀ ହେବେ ବୋଲି ବିଜେପି ନେତା ସଞ୍ଜୟ ରଥ ଭବିଷ୍ୟବାଣୀ କରିଥିଲେ । ବିଜେପି ସବୁବେଳେ ସବୁ ନିର୍ବାଚନକୁ ଚ୍ୟାଲେଞ୍ଜ ଭାବେ ନିଏ, ଆଉ ଏଥର ମଧ୍ୟ ନେଇଛି ବୋଲି କହିବା ସହିତ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହେବେ ବୋଲି ସେ କହିଥିଲେ । ତେବେ ବିଜୟର ବ୍ୟବଧାନ ନେଇ ବିଜେପି ନେତା ସେମିତି କିଛି ବି କହିନଥିଲେ ବି, ବିଜେପି ବାଏ ଇଲେକ୍ସନ ଜିତିବ ବୋଲି ସେ କହିଥିଲେ ।
ସେହିପରି କଂଗ୍ରେସ ନେତା ଅମୀୟ ପାଣ୍ଡବ କହିଛନ୍ତି, ଯଦି କଂଗ୍ରେସ ନେତାଙ୍କ ପ୍ରତି ଥିବା ଭଲ ପାଇବା ଭୋଟକୁ ସତରେ କନଭର୍ଟ ହେଇଥିବ, ତେବେ ନିଶ୍ଚୟ କଂଗ୍ରେସ ନେତା ଘାସିରାମ ମାଝୀ ନିର୍ବାଚନରେ ବିଜୟୀ ହେବେ । ସୂଚନାଯୋଗ୍ୟ, ନଭେମ୍ବର ୧୪ରେ ଆସିବ ନୂଆପଡ଼ା ରେଜଲ୍ଟ । ଯାହାକି ତିନି ଦଳର ପ୍ରାର୍ଥୀଙ୍କ ଭବିଷ୍ୟତ ନିର୍ଧାରଣ କରିବ । ତେବେ ଏହା ପୂର୍ବରୁ କିନ୍ତୁ ସବୁ ଦଳର ନେତା ଏବେ ନିର୍ବାଚନ ରେଜଲ୍ଟ ନେଇ ଭବିଷ୍ୟବାଣୀ କରିବା ଆରମ୍ଭ କରିଛନ୍ତି ।
Follow Us