କନକ ବ୍ୟୁରୋ:  ଏସିଆ କପ୍ ୨୦୨୫ ଭାରତ-ପାକିସ୍ତାନ ମ୍ୟାଚ୍ ନେଇ ବିସିସିଆଇର ନୀତିକୁ ହରଭଜନ ସିଂଙ୍କ କଡ଼ା ସମାଲୋଚନା । ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ଏସିଆ କପ୍ ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ୍ ନେଇ ବିସିସିଆଇର ନୀତିକୁ କଡ଼ା ସମାଲୋଚନା କରିଛନ୍ତି । ହରଭଜନ କହିଛନ୍ତି, ଆମେ ଗୋଟିଏ କ୍ରିକେଟ ମ୍ୟାଚ୍ ଖେଳିବାକୁ ଏଡ଼ାଇ ପାରିବୁ ନାହିଁ । ହରଭଜନଙ୍କ ମତରେ, ରକ୍ତ ଓ ପାଣି ଏକାସାଙ୍ଗରେ ବହିପାରିବ ନାହିଁ । ଆମେ ପାକିସ୍ତାନକୁ ଏତେ ଗୁରୁତ୍ବ କାହିଁକି ଦେବା । କ୍ରିକେଟ ମ୍ୟାଚ୍‌କୁ ଛାଡ଼ିବା ବଡ଼ କଥା ନୁହେଁ ବୋଲି ହରଭଜନ କହିଛନ୍ତି ।
ଭାରତ – ପାକିସ୍ତାନ ମ୍ୟାଚ୍‌ ଉପରେ ହରଭଜନଙ୍କ ଆକ୍ରୋଶ
ଆମର ପରିଚୟ ଆମ ଦେଶ, କ୍ରିକେଟ୍‌ ବହୁତ ଛୋଟ କଥା
ଏସିଆ କପ୍‌ରେ ଭାରତ ପାକିସ୍ତାନ ସହ ନଖେଳିବା ଉଚିତ୍
ଯବାନ ବର୍ଡର ଉପରେ ରହିଛି, ପରିବାରକୁ ଦେଖା କରିପାରୁନାହାନ୍ତି 
ଆଉ ଆମେ କ୍ରିକେଟ୍‌ ଖେଳିବାକୁ ଯିବୁ?
ଏସିଆ କପ୍‌ରେ ଗ୍ରୁପ୍‌ ଏ’ରେ ଭାରତ-ପାକିସ୍ତାନ