କନକ ବ୍ୟୁରୋ: ରବିବାର ଖେଳାଯିବ ଏସିଆ କପରେ ସବୁଠାରୁ ହାଇ-ଭୋଲଟେଜ୍ ଭାରତ- ପାକିସ୍ତାନ ମ୍ୟାଚ୍ । ମ୍ୟାଚ୍କୁ ନେଇକି ଆଗରୁ ଅନେକ ତର୍କ ବିତର୍କ ଲାଗି ରହିଥିଲା । ଭାରତ ପାକିସ୍ତାନ ମ୍ୟାଚ୍ ଆଗରୁ ପୂର୍ବତନ ଭାରତୀୟ ବୋଲର୍ ହରଭଜନ ସିଂହଙ୍କ ବୟାନ ଚର୍ଚ୍ଚାରେ ରହିଛି । ସେ ‘ଅପରେସନ୍ ସିନ୍ଦୁର୍’କୁ ଉଲ୍ଲେଖ କରି ଭାରତ-ପାକିସ୍ଥାନ ସମ୍ପର୍କ ଉନ୍ନତ ନ ହେବା ପର୍ଯ୍ୟନ୍ତ କ୍ରିକେଟ୍ ସମ୍ପର୍କ ବିରୋଧରେ ଆହ୍ୱାନ ଜଣାଇଛନ୍ତି । ଏହା ବୟକଟ୍ ଆଲୋଚନାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାର ପ୍ରୟାସ ବୋଲି ବର୍ଣ୍ଣନା କରାଯାଉଛି ।ପାହାଲଗାମ୍ରେ ଆତଙ୍କବାଦୀ ଆକ୍ରମଣରେ ୨୬ ପର୍ଯ୍ୟଟନକାରୀଙ୍କ ମୃତ୍ୟୁ ପରେ ଭାରତର ପ୍ରତିକାରାତ୍ମକ ଅଭିଯାନ ‘ଅପରେସନ୍ ସିନ୍ଦୁର୍’ ଆରମ୍ଭ ହୋଇଥିଲା । ଯାହା ପାକିସ୍ଥାନୀୟ ଆତଙ୍କବାଦୀ ଶିବିରଗୁଡ଼ିକୁ ନିଶ୍ଚିହ୍ନ କରିଥିଲା । ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କ ନିମ୍ନସ୍ତରର ନେଇଛି । ହରଭଜନ ଏହାକୁ ସ୍ମରଣ କରି କହିଛନ୍ତି, ସରହଦରେ ଯୁଦ୍ଧ ଓ ଆତଙ୍କ ଚାଲିଥିବା ବେଳେ କ୍ରିକେଟ୍ ଖେଳିବା ଅନୁଚିତ । ଭଜ୍ଜି କହିଛନ୍ତି, ଭାରତ-ପାକିସ୍ତାନ ମ୍ୟାଚ୍ ସର୍ବଦା ଲାଇମଲାଇଟ୍ରେ ଆସେ, କିନ୍ତୁ ଅପରେସନ୍ ସିନ୍ଦୂର୍ ପରେ ସମସ୍ତେ କହିଥିଲେ କ୍ରିକେଟ୍ ଓ ବ୍ୟବସାୟ ବନ୍ଦ ହେବା ଉଚିତ । ପୂର୍ବରୁ ଲିଜେଣ୍ଡ୍ସ୍ ଟୁର୍ଣ୍ଣାମେଣ୍ଟରେ ହରଭଜନଙ୍କ ନେତୃତ୍ୱାଧୀନ ଇଣ୍ଡିୟା ଚ୍ୟାମ୍ପିୟନ୍ ଦଳ ପାକିସ୍ତାନ ବିରୋଧରେ ମ୍ୟାଚ୍ ଖେଳିନଥିଲେ ।
ମ୍ୟାଚ୍ ନିଷ୍ପତ୍ତି ସରକାରଙ୍କର
ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉନ୍ନତ ନ ହେବା ପର୍ଯ୍ୟନ୍ତ କ୍ରିକେଟ୍ ସମ୍ପର୍କ ନୁହେଁ : ହରଭଜନ
ସରକାର ଯଦି ମ୍ୟାଚ୍ ପାଇଁ ରାଜି, ତେବେ ହେବ, କିନ୍ତୁ ସମ୍ପର୍କ ଭଲ ହେବା ଉଚିତ୍
ବର୍ଡ଼ରରେ ଯବାନଙ୍କ ତ୍ୟାଗ ଅଧିକ ସେମାନଙ୍କ ପାଇଁ କ୍ରିକେଟ୍ ଛାଡ଼ିବା ଛୋଟ ବିଷୟ
ମିଡିଆ ଭାରତ-ପାକିସ୍ତାନ ମ୍ୟାଚକୁ ଅତ୍ୟଧିକ ଗୁରୁତ୍ୱ ଦେଇଥାଏ ଯାହା ବନ୍ଦ କରିବା ଉଚିତ୍
ଲିଜେଣ୍ଡସ୍ ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନ ବିପକ୍ଷ ମ୍ୟାଚ ବର୍ଜନ କରିଥିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/12/19-2025-09-12-15-33-53.jpg)