କନକ ବ୍ୟୁରୋ : ଭଜନ ସମ୍ରାଟ ଅନୁପ ଜଲୋଟା ଏଆର୍ ରେହେମନଙ୍କ କମ୍ୟୁନିଟିକୁ ନେଇ ବୟାନ୍ ଦେଇଛନ୍ତି । ଏଆର୍ ରେହେମନଙ୍କ ସଙ୍ଗୀତ କ୍ୟାରିଅର୍ ନେଇ ମୁହଁ ଖୋଲିଛନ୍ତି ଭଜନ ସମ୍ରାଟ ଅନୁପ ଜଲୋଟା । ଅନୁପ କହିଛନ୍ତି ଯେ ଯଦି ଏଆର୍ ରେହେମନ୍ ନିଜ ଧର୍ମକୁ ଛାଡି ହିନ୍ଦୁ ଧର୍ମରେ ସାମିଲ ହୁଅନ୍ତେ ତେବେ ତାଙ୍କୁ କାମ ମିଳିପାରନ୍ତା । ଧର୍ମକୁ ନେଇ ଏଭଳି ବୟାନ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରେହମନ୍ ସବୁଠୁ ବଡ ଇଣ୍ଡଷ୍ଟ୍ରିର କଥା କହିଛନ୍ତି । ଯାହାଫଳରେ ନିଜକୁ ନିଜେ ସିଏ ବିବାଦରେ ଫସେଇ ଦେଇଛନ୍ତି । ତାଙ୍କର ଏହି ବୟାନ୍ ବିରୁଦ୍ଧରେ ଧୀରେ ଧୀରେ ବିବାଦୀୟ ତଥ୍ୟ ସାମ୍ନାକୁ ଆସୁଛି। ବିଭିନ୍ନ ସେଲିବ୍ରିଟିମାନେ ରେହେମନଙ୍କ କଥାକୁ ଅନ୍ୟ ଅର୍ଥରେ ନେଇ ତାଙ୍କୁ ଭୁଲ୍ ବୁଝିଛନ୍ତି ।
ଏବେ ଭଜନ ସମ୍ରାଟ ଅନୁପ ଜୋଲଟା ରେହେମନଙ୍କୁ ନେଇ ବିବାଦୀୟ କଥା କହିଥିବାବେଳେ ଏବେ ରେହେମନଙ୍କ କ୍ୟାରିଅରକୁ ନେଇ ସୋସିଆଲ୍ ମିଡିଆରେ କଡା ସମାଲୋଚନା ହେଉଛି । ଭଜନ ସମ୍ରାଟଙ୍କ କହିବା ଅନୁସାରେ ସେ ରେହେମନଙ୍କ କଥାରେ ଆଦୌ ସହମତ ନୁହଁନ୍ତି । ଅନୁପ ଜଲୋଟା ଆଏଏନଏସ୍ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ରେହେମନ୍ ପ୍ରଥମରେ ହିନ୍ଦୁ ଥିଲେ । ପରେ ସେ ଇସଲାମ୍ ଧର୍ମକୁ ଆପଣେଇଥିଲେ । ଯାହା ତାଙ୍କ ପାଇଁ ଖୁବ୍ କାର୍ଯ୍ୟ କରିଛି । ବହୁତ ନାମ କମାଇଛନ୍ତି । ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରିଛନ୍ତି । ଲୋକଙ୍କ ହୃଦୟରେ ମଧ୍ୟ ବହୁତ୍ ଭଲ ସ୍ଥାନ ଅଧିକାର କରିଛନ୍ତି ତାଙ୍କ ଗୀତ ମାଧ୍ୟମରେ। ଅନୁପ ଜୁଲୋଟା କହିଛନ୍ତି ଯେ ଯଦି ତାଙ୍କର ବିଶ୍ବାସ ଅଛି ଯେ ସିଏ ମୁସଲିମ୍ ସମ୍ପ୍ରଦାୟର ବୋଲି ତାଙ୍କୁ ଆମ ଦେଶରେ ଗୀତ ମିଳୁନାହିଁ ତେବେ ସେ ହିନ୍ଦୁ ହୋଇଯାଆନ୍ତୁ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଅଧିକ ପଢନ୍ତୁ : ବାଃ ପୁଅ ହେବ ତ ଏମିତି ... ଦିବ୍ୟାଙ୍ଗ ଦମ୍ପତିଙ୍କ କ୍ଲାଉଡ୍ କିଚେନ୍ , ବିଜ୍ଞାପନ ପାଇଁ ପୁଅ ସାଜିଛି ସାହାରା
ସେ ଆହୁରି ମଧ୍ୟ କହିଛନ୍ତି ଯେ ହିନ୍ଦୁ ହୋଇ ଚେଷ୍ଟା କଲେ କିଛି ଅସୁବିଧା ହେବନାହିଁ। ଯଦି ଫିଲ୍ମ ମିଳିବ ତେବେ ତାଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ କହିଲେ ବି ଅତ୍ୟୁକ୍ତି ହେବନାହିଁ । ରେହେମନ୍ ମଧ୍ୟ ତାଙ୍କ କଥାରେ ଅଡି ବସିଥିଲେ। ଏଆର୍ ରେହେମନ୍ ନିଜ ଇଣ୍ଟରଭ୍ୟୁରେ ମଧ୍ୟ କହିଛନ୍ତି ଯେ ବିଗତ ଆଠ ବର୍ଷ ହେବ ତାଙ୍କୁ ସଠିକ୍ ଭାବେ କାମ ମିଳୁନାହିଁ । ରେହେମନଙ୍କ କହିବା ଅନୁସାରେ ଇଣ୍ଡଷ୍ଟ୍ରି ଏବେ ପୁରାପୁରି ଭାବେ ବଦଳି ଯାଇଛି। ଏହି ପଛର ମୁଖ୍ୟ କାରଣ ଧର୍ମ ବୋଲି ରେହେମନ୍ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଇଣ୍ଡଷ୍ଟ୍ରିରେ ଯେଉଁମାନେ କିଛି ନୂଆ କରନ୍ତି ସେମାନଙ୍କୁ କାମ ମିଳେ ନାହିଁ। ରେହେମନ୍ ଆହୁରି ତାଚ୍ଛଲ୍ୟ କରି କହିଛନ୍ତି ଯେ ଯେଉଁମାନେ କିଛି ବି ନୂଆ କରନ୍ତି ନାହିଁ ସେମାନେ ହିଁ ଅଧିକ ଉଚ୍ଚ ପଦବୀରେ ରହିଛନ୍ତି । ରେହେମନଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସଙ୍ଗୀତ ଦୁନିଆରେ ଚାଞ୍ଚଲ୍ୟ ଖେଳିଯାଇଛି।
ଧୀରେ ଧୀରେ ରେହେମନଙ୍କ କଥାକୁ ନେଇ ବିବାଦ ବଢିବା ପରେ ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରେହେମନ୍ କହିଛନ୍ତି ଯେ ମୁଁ କାହାକୁ କଷ୍ଟ ଦେବାକୁ ଚାହେଁନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ତାଙ୍କ ପାଇଁ ସବୁକିଛି। ଭାରତର ସବୁ ଦର୍ଶକ ତାଙ୍କୁ ଖୁବ୍ ଭଲପାଇବା ଦେଇଛନ୍ତି । ଏହିଭଳି ସମସ୍ୟା ପରେ ରେହେମନ୍ ସଙ୍ଗୀତ ଜଗତରୁ ମୁହଁ ଫେରେଇ ନେବାକୁ ନିଷ୍ପତ୍ତି ଦର୍ଶକଙ୍କ ଭଲ ପାଇବା ପୁଣି ସଙ୍ଗୀତ ଜଗତକୁ ଟାଣି ଆଣିଛି । ସେ ଭାରତୀୟ ବୋଲି ନିଜକୁ ସମ୍ମାନ କରନ୍ତି ଏବଂ ତା ସହ ଭାରତର ସମସ୍ତ ଲୋକଙ୍କୁ ସେ ଖୁବ୍ ପସନ୍ଦ କରନ୍ତି ବୋଲି କହିଛନ୍ତି। ସୂଚନା ଅନୁସାରେ ରେହେମନଙ୍କ ପ୍ରକୃତ ନାମ ଦିଲ୍ଲୀପ କୁମାର ଥିଲା । ୨୩ ବର୍ଷ ବୟସରେ ସେ ଇସଲାମ ଧର୍ମ ଆପଣେଇଥିଲେ । ଏହି ନାମ ତାଙ୍କର ଜଣେ ହିନ୍ଦୁ ଜ୍ୟୋତିଷ ହିଁ ଦେଇଥିଲେ ବୋଲି ଜଣାପଡିଛି। ଧର୍ମାନ୍ତର ହେବା ପରେ ତାଙ୍କ ପୁରୀା ନାମ ଏଆର୍ ରେହେମନ୍ ରଖାଗଲା ।
Follow Us