ଚାଷୀ ଝିଅ ପାଇଲେ ଓଏଏସ୍ ; ୧୩୮ ନମ୍ବର ରାଙ୍କ ସହ  ସଫଳ  ହେଲେ ଭାଗ୍ୟଶ୍ରୀ

ଚାଷୀ ଝିଅ ପାଇଲେ ଓଏଏସ୍ ; ପଛୁଆ ଜିଲ୍ଲା ମାଲକାନଗିରି ମାଥିଲିରେ ୧୩୮ ନମ୍ବର ରାଙ୍କ ରଖି କୃତକାର୍ଯ୍ୟ ହେଲେ ଭାଗ୍ୟଶ୍ରୀ ମିଶ୍ର । କେମିତି ପାଇଲେ ସଫଳତା ...

21chasi-

କନକ ବ୍ୟୁରୋ: ଚାଷୀ ଘର ଝିଅ ବନିବେ ଓଏଏସ୍ ଅଧିକାରୀ । ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୩୮ ନମ୍ବର ରାଙ୍କ ରଖିଛନ୍ତି ମାଲକାନଗିରି ମାଥିଲି ବ୍ଲକ ମେଣ୍ତକୁଲି ଗାଁର ଭାଗ୍ୟଶ୍ରୀ ମିଶ୍ର । ଦ୍ବିତୀୟ ଥରରେ ଏହି ସଫଳତା ପାଇଛନ୍ତି ଭାଗ୍ୟଶ୍ରୀ । ଭାଗ୍ୟଶ୍ରୀ ମେଣ୍ଡୁଲି ପୋଷ୍ଟ ଅଫିସରେ ପୋଷ୍ଟମାଷ୍ଟର ଭାବେ କାର୍ୟ୍ୟ କରୁଥିଲେ । ଏହାସହିତ ନିଜକୁ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିଲେ । ଭାଗ୍ୟଶ୍ରୀଙ୍କ ସଫଳତାକୁ ନେଇ ପରିବାର ଓ ସାଙ୍ଗସାଥିଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । କେମିତି ଓଏଏସ୍‌ ପରୀକ୍ଷା ନେଇ ପ୍ରସ୍ତୁତ ହେଉଥିଲେ ସେ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe