କନକ ବ୍ୟୁରୋ: ଚାଷୀ ଘର ଝିଅ ବନିବେ ଓଏଏସ୍ ଅଧିକାରୀ । ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୩୮ ନମ୍ବର ରାଙ୍କ ରଖିଛନ୍ତି ମାଲକାନଗିରି ମାଥିଲି ବ୍ଲକ ମେଣ୍ତକୁଲି ଗାଁର ଭାଗ୍ୟଶ୍ରୀ ମିଶ୍ର । ଦ୍ବିତୀୟ ଥରରେ ଏହି ସଫଳତା ପାଇଛନ୍ତି ଭାଗ୍ୟଶ୍ରୀ । ଭାଗ୍ୟଶ୍ରୀ ମେଣ୍ଡୁଲି ପୋଷ୍ଟ ଅଫିସରେ ପୋଷ୍ଟମାଷ୍ଟର ଭାବେ କାର୍ୟ୍ୟ କରୁଥିଲେ । ଏହାସହିତ ନିଜକୁ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିଲେ । ଭାଗ୍ୟଶ୍ରୀଙ୍କ ସଫଳତାକୁ ନେଇ ପରିବାର ଓ ସାଙ୍ଗସାଥିଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । କେମିତି ଓଏଏସ୍ ପରୀକ୍ଷା ନେଇ ପ୍ରସ୍ତୁତ ହେଉଥିଲେ ସେ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି