ଏଭରଗ୍ରୀନ୍ ଭାଗ୍ୟଶ୍ରୀ । ୩୨ ବର୍ଷର ପୁଅ , ୨୩ ବର୍ଷର ଝିଅ କିନ୍ତୁ ମା’ଦେଖାଯାଆନ୍ତି ୨୫ ପରି .. ଏବେ ବି ଦର୍ଶକଙ୍କୁ ମତୁଆଲା କରନ୍ତି ଅଭିନେତ୍ରୀ ଭାଗ୍ୟଶ୍ରୀ । ଭାଗ୍ୟଶ୍ରୀଙ୍କ ଫିଟନେସର ରାଜ୍ କ’ଣ?

୩୫ ବର୍ଷ ପୂର୍ବେ ଏକ ସୁପରହିଟ୍ ଫିଲ୍ମ ରିଲିଜ୍ ହୋଇଥିଲା ଯାହାର ନାଁ ଥିଲା ‘ମେନେ ପ୍ୟାର୍ କିୟା’ । ବଲିଉଡ୍ ଭାଇଜାନ୍ କୁହାଯାଉଥିବା ସଲମାନ୍ ଖାନ୍ ଏବଂ ଭାଗ୍ୟଶ୍ରୀ ଷ୍ଟାରର ଏହି ସିନେମା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା ।

bhagyashree

ମେରେ ଦୋସ୍ତ , ଏକ୍ ଲଡକା ଲଡକୀ କଭି ଦୋସ୍ତ ନହିଁ ହୋତେ ..

meine pyar kiya

ଏ ଫେମସ୍ ଡାଇଲଗ୍ ପ୍ରାୟ ସମସ୍ତେ କହିଥିବେ । ୩୫ ବର୍ଷ ପୂର୍ବେ ଏକ ସୁପରହିଟ୍ ଫିଲ୍ମ ରିଲିଜ୍ ହୋଇଥିଲା ଯାହାର ନାଁ ଥିଲା ‘ମେନେ ପ୍ୟାର୍ କିୟା’ । ବଲିଉଡ୍ ଭାଇଜାନ୍ କୁହାଯାଉଥିବା ସଲମାନ୍ ଖାନ୍ ଏବଂ ଭାଗ୍ୟଶ୍ରୀ ଷ୍ଟାରର ଏହି ସିନେମା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ନିର୍ଦ୍ଦେଶକ ସୁରଜ୍ ବଡଜାତ୍ୟାଙ୍କ ଏହି ସିନେମାରେ ଭାଗ୍ୟଶ୍ରୀ ସୁମନ୍ ଭୂମିକାରେ ଅଭିନୟ କରିଥିଲେ । ସିଧାସାଧା , ସରଳ ଝିଅ ଚରିତ୍ରରେ ନଜର ଆସିଥିବା ଭାଗ୍ୟଶ୍ରୀ ପ୍ରଥମ ଫିଲ୍ମରୁ ହିଁ ରାତାରାତି ଆଗଧାଡ଼ିର ଅଭିନେତ୍ରୀଙ୍କ ତାଲିକାରେ ମଧ୍ୟ ଆସିଯାଇଥିଲେ । ମେନେ ପ୍ୟାର କିୟା ସିନେମା ପରେ ସେ ଅନେକ ସିନେମାରେ ନଜର ଆସିଥିଲେ ହେଁ ଡେବ୍ୟୁ ଫିଲ୍ମ ଭଳି ଛାପ ଅନ୍ୟ କୌଣସି ସିନେମା ପକାଇ ପାରିନଥିଲା। 

fghgyt

ତେବେ ୩୫ ବର୍ଷ ପରେ ବି ଭାଗ୍ୟଶ୍ରୀଙ୍କ ସେହି ଚାର୍ମ ଏବେବି ବଳବତ୍ତର ରହିଛି । ସମୟ ସହିତ ଏହି ଅଭିନେତ୍ରୀ ଜଣକ ଆହୁରି ସୁନ୍ଦର ଏବଂ ଗ୍ଲାମରସ୍ ଦେଖାଯାଉଛନ୍ତି । ସୁନ୍ଦର ଚେହେରା ସହ ନିଜର ଫିଟନେସ୍ କୁ ନେଇ ବି ଭାଗ୍ୟଶ୍ରୀ ଖୁବ୍ ଚର୍ଚ୍ଚିତ । ୫୫ ବର୍ଷ ବୟସରେ ବି ସ୍ବିଟ୍ ୨୫ ଭଳି ନଜର ଆସୁଛନ୍ତି ଏହି ଅଭିନେତ୍ରୀ । ନିଜର ହେଲ୍ଦି – ବାଲାନ୍ସଡ ଡାଇଟ୍ ପ୍ଲାନକୁ ଫଲୋ କରିବା ସହ ପ୍ରତିଦିନ ବ୍ୟାୟାମ୍ , ଚାଲିବା ରୁଟିନକୁ ଭାଗ୍ୟଶ୍ରୀ ଅତି ଗମ୍ଭୀରତାର ସହ ଫଲୋ କରନ୍ତି । 

sderew

ସ୍ବାସ୍ଥ୍ୟ ପାଇଁ ବରଦାନ ଖାଦ୍ୟପଦାର୍ଥକୁ ଖାଦ୍ୟରେ ସାମିଲ୍ କରନ୍ତି ଅଭିନେତ୍ରୀ ଭାଗ୍ୟଶ୍ରୀ । ସେ କୁହନ୍ତି , ନିଜ ଡାଇଟ୍ ପ୍ଲାନରେ ପୋଷକ ତତ୍ତ୍ବରେ ଭରପୂର ଫୁଡ୍ ଆଇଟମ୍ ଆଡ୍ କରନ୍ତୁ , ସବୁବେଳେ ତାଜା ଫିଲ୍ କରିବେ। ବାଦାମ , ସନଫ୍ଲାୱାର୍ ସିଡ୍ , ପାଳଙ୍ଗସାଗ ଭଳି ମ୍ୟାଗ୍ନେସିୟମ୍ ରିଚ୍ ଫୁଡ୍ ଖାଆନ୍ତୁ ।

dsfwserf

ସାରାଦିନ ଏନର୍ଜେଟିକ୍ ଅନୁଭବ କରିବାକୁ ଚାହୁଁଥିଲେ ଖାଦ୍ୟରେ କାବୁଲି ବୁଟ , ରାଜମା , ଚିନାବାଦାମ ଆଡ୍ କରନ୍ତୁ । ଯଦି ଆପଣ ପ୍ରତିଦିନ ସଠିକ୍ ମାତ୍ରାରେ ଏଭଳି ଖାଦ୍ୟ ଖାଇବା ଆରମ୍ଭ କରିବେ ତାହେଲେ ମୁଡ୍ ସ୍ବିଙ୍ଗ୍ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ। ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଡାଏଟରେ ଭିଟାମିନ୍ ବି ରିଚ୍ ଫୁଡ୍ ଆଇଟମ୍ସ କରନ୍ତୁ ସାମିଲ୍ ।

ଭାଗ୍ୟଶ୍ରୀଙ୍କ ପରି ଲମ୍ବା ସମୟ ପର୍ଯ୍ୟନ୍ତ ଫିଟ୍ ରହିବାକୁ ହେଲେ ଆୟରନ୍ ରିଚ୍ ଖାଦ୍ୟ ଡାଏଟରେ ସାମିଲ୍ କରିବା ଦରକାର । ପୋଷକ ତତ୍ତ୍ବରେ ଭରପୁର ବିଟ୍ ଏବଂ ଗୁଡ଼ ଆପଣଙ୍କ ଶରୀର ପାଇଁ ବରଦାନ ସାବ୍ୟସ୍ତ ହେବ । ମାଂସପେଶୀକୁ ମଜବୁତ କରିବା ପାଇଁ ପୋଟାସିୟମ୍ ଭରା ପଇଡ଼ ପାଣି ବି ପିଇପାରିବେ । ଭାଗ୍ୟଶ୍ରୀଙ୍କ ମୁତାବକ ଏହି ଖାଦ୍ୟ ସେବନ ଦ୍ବାରା ଆପଣ ନିଜକୁ ଫିଟ୍ ରଖିପାରିବେ । ଦରକାର କେବଳ ସଠିକ୍ ମାତ୍ରାର .. 

fdgg

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe