କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ଉପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ଙ୍କ ବୟାନ ଏବେ ଚର୍ଚ୍ଚାରେ ରହିଛି । ଏହି ବୟାନକୁ ନେଇ ଭାରତ ସରକାର ମଧ୍ୟ ଆପତ୍ତି ଉଠାଇଛନ୍ତି । ଏହା ପରେ ମାନ୍ ବୈଦେଶିକ ମନ୍ତ୍ରାଳୟ ଦ୍ୱାରା କରାଯାଇଥିବା ଆଲୋଚନା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଭଗବନ୍ତ ମାନ୍ କହିଛନ୍ତି ଯେ ଆମ ପାଖରେ ଏ ଅଧିକାର ନାହିଁ ଯେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ କି ତାଙ୍କର ବିଦେଶ ନୀତି କ’ଣ ? ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତର ସରକାରଙ୍କ ପ୍ରଚାର ଉପରେ ମଧ୍ୟ କଟାକ୍ଷ କରିଛନ୍ତି , କହିଛନ୍ତି ଯେ ବିଜ୍ଞାପନ ପ୍ରକାଶିତ ହେଉଛି ଯେ ମୋଦୀ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ କାହିଁକି ପଞ୍ଜାବ ଏବଂ ହରିୟାଣାର ସମସ୍ୟାର ସମାଧାନ କରୁନାହାଁନ୍ତି ?
ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୫ରେ ପିଏମ୍ ମୋଦୀ ବିନା ନିମନ୍ତ୍ରଣରେ ପାକିସ୍ତାନ ଯାଇଥିଲେ ବିରିୟାନୀ ଖାଇବାକୁ । ପାକିସ୍ତାନ ଆମେ ଯାଇପାରିବୁ ନାହିଁ କିନ୍ତୁ ମୋଦୀ ଯାଇପାରିବେ । ମୋଦୀଙ୍କ ପାଞ୍ଚଟି ଦେଶ ଗସ୍ତ ଉପରେ ଭଗବନ୍ତ ମାନ୍ ଗତକାଲି କଟାକ୍ଷ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏମିତି ସବୁ ଦେଶକୁ ଯାଉଛନ୍ତି ଯାହାର ନାଁ ମଧ୍ୟ ଆମକୁ ଜଣାନାହିଁ । ସେଠାକୁ ଯାଇ ସେ ସର୍ବୋଚ୍ଚ ସମ୍ମାନ ପାଉଛନ୍ତି । ସେହି ଦେଶମାନଙ୍କର ଜନସଂଖ୍ୟା ଯେତିକି , ସେତିକି ଲୋକ ତ ଆମର ଏଠି ଜେସିବି ଖୋଳା ଦେଖିବାକୁ ରୁଣ୍ଡ ହୋଇଯାଇନ୍ତି । ଭଗବାନ୍ତ ମାନ୍ଙ୍କ ଏହି ବୟାନକୁ ବୈଦେଶିକ ମନ୍ତ୍ରାଳୟ ଦୃଢ଼ ନିନ୍ଦା କରିବା ସହ ଦ୍ୱାୟିତ୍ୱହୀନତା ଏବଂ ଦୁଃଖଦ ବୋଲି କହିଛନ୍ତି ।