କନକବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ପାଳନ ହେବ ଭାଦ୍ରବ କୃଷ୍ଣ ଏକାଦଶୀ । ଏ ଅବସରରେ ଶ୍ରୀମନ୍ଦିରରେ ପାଳନ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୁପ ପରେ ଏହି ନୀତି ଅନୁଷ୍ଠିତ ହେବ । ପରମ୍ଫରା ସ୍ୱତନ୍ତ୍ର ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଆଗ୍ୟଂମାଳ ପରେ ପାଲିଙ୍କିରେ ବିଜେ କରନ୍ତି ଶ୍ରୀଜିଉ ।

Advertisment

ତାପରେ ସେଠାରେ ଉପସ୍ଥିତ ଥିବା ସେବାୟତ ମାନେ ସରଲବଣି ଭୋଗ ପରେ ମାର୍କଣ୍ତ ପୁଷ୍କରିଣୀରେ ଏହି ନୀତି ଅନୁଷ୍ଠିତ ହେବ । ଅନ୍ୟପଟେ ଶ୍ରୀଜିଉଙ୍କ ପାଇଁ ଆସିଥିବା ଅମୃତ ଲଡୁକୁ ପୁଷ୍ପାଳକ ସେବାୟତ ମାନେ ଶ୍ରୀବିଗ୍ରହରେ ଲାଗି କରିବାର ପରମ୍ଫରା ବା ନୀତି ରହିଛି । ପରମ୍ଫରା ଅନୁଯାୟୀ ଗତକାଲି ସନ୍ଧ୍ୟାଧୁପ ପରଠାରୁ ଶ୍ରୀଜିଉଙ୍କୁ ବନଭୋଜି ବେଶରେ ସଜ୍ଜିତ କରାଯାଇଥିଲା ।