ଭଦ୍ରକ ଟାଉନ ପୁଲିସର ଏନକାଉଣ୍ଟର, ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

Advertisment

ଡକାୟତି ନେଇ ଯୋଜନା କରୁଥିବା ବେଳେ ରେଡ କରିଥିଲା ପୁଲିସ୍ । ବୁଦ୍ଧିଆ ନାଁରେ ରହିଛି ଏକାଧିକ ଅପରାଧିକ ମାମଲା ।

ଡକାୟତି ନେଇ ଯୋଜନା କରୁଥିବା ବେଳେ ରେଡ କରିଥିଲା ପୁଲିସ୍ । ବୁଦ୍ଧିଆ ନାଁରେ ରହିଛି ଏକାଧିକ ଅପରାଧିକ ମାମଲା ।

Encounter

Encounter Photograph: (KanakNews)

କନକ ବ୍ୟୁରୋ: ଭଦ୍ରକ ଟାଉନ ପୁଲିସର ଏନକାଉଣ୍ଟର, ପୁଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ୍ ବୁଦ୍ଧିଆ ଆହତ । ଭଦ୍ରକ ମେଡିକାଲରେ ଚାଲିଛି ଚିକିତ୍ସା । ସୋମବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ହୋଇଛି । ଚରମ୍ପା ମାଲ ଗୋଦାମ ନିକଟରେ ଦୁଇ ଅପରାଧୀ ଡକାୟତ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ରେଡ୍ କରିଥିଲା । 

ଅଧିକ ପଢନ୍ତୁ :ଆନ୍ଧ୍ର-ଓଡ଼ିଶା ସୀମାରେ ଏନକାଉଣ୍ଟର ; କୁଖ୍ୟାତ ମାଓବାଦୀ ହିଡ୍‌ମା ନିପାତ

ଏହି ସମୟରେ କମଳାକାନ୍ତ ପୁଲିସ୍ ଉପରକୁ ୪ରାଉଣ୍ଡ ଗୁଳି ଚଳାଇଥିଲା । ପୁଲିସର ପାଲଟା ଗୁଳି କମଳାକାନ୍ତର ଗୋଡ଼ରେ ବାଜିଥିବା ବେଳେ ସେ ଆହତ ହୋଇ ଏବେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛି । ଅପରାଧୀ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ସହ ୪ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ବୁଦ୍ଧିଆ ନାଁରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ଭଦ୍ରକ ଏସ୍‌ପିଙ୍କ ସୂଚନା ।

ଷ୍ଟୋରୀ ଅପଡେଟ୍‌ ହେଉଛି.. 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe