କନକ ବ୍ୟୁରୋ: ଭଦ୍ରକ ଟାଉନ ପୁଲିସର ଏନକାଉଣ୍ଟର, ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ୍ ବୁଦ୍ଧିଆ ଆହତ । ଭଦ୍ରକ ମେଡିକାଲରେ ଚାଲିଛି ଚିକିତ୍ସା । ସୋମବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ହୋଇଛି । ଚରମ୍ପା ମାଲ ଗୋଦାମ ନିକଟରେ ଦୁଇ ଅପରାଧୀ ଡକାୟତ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ରେଡ୍ କରିଥିଲା ।
ଅଧିକ ପଢନ୍ତୁ :ଆନ୍ଧ୍ର-ଓଡ଼ିଶା ସୀମାରେ ଏନକାଉଣ୍ଟର ; କୁଖ୍ୟାତ ମାଓବାଦୀ ହିଡ୍ମା ନିପାତ
ଏହି ସମୟରେ କମଳାକାନ୍ତ ପୁଲିସ୍ ଉପରକୁ ୪ରାଉଣ୍ଡ ଗୁଳି ଚଳାଇଥିଲା । ପୁଲିସର ପାଲଟା ଗୁଳି କମଳାକାନ୍ତର ଗୋଡ଼ରେ ବାଜିଥିବା ବେଳେ ସେ ଆହତ ହୋଇ ଏବେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛି । ଅପରାଧୀ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ସହ ୪ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ବୁଦ୍ଧିଆ ନାଁରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ଭଦ୍ରକ ଏସ୍ପିଙ୍କ ସୂଚନା ।
ଷ୍ଟୋରୀ ଅପଡେଟ୍ ହେଉଛି..
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/16/encounter-2025-12-16-09-39-15.jpg)