ନିଲମ୍ବିତ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସ୍.ଆଇ କାର୍ତ୍ତିକ ଜେନା, କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସସପେଣ୍ଡ କଲେ ଏସପି

ଏକ ମାମଲାରେ ତଦନ୍ତ ପାଇଁ ନିଜେ ନଯାଇ ଜଣେ ଯୁବକଙ୍କୁ ପଠାଇଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ସୂଚନା ଅନୁସାରେ ଧୁଷୁରୀ ଅଂଚଳର ପିୟୂଷ ରଞ୍ଜନ ପଣ୍ଡାଙ୍କୁ ଏକ ଘଟଣାର ତଦନ୍ତ ପାଇଁ ରସିକାବାଦ ଗାଁକୁ ପଠାଇଥିଲେ ଏସଆଇ କାର୍ତ୍ତିକ ଜେନା ।

24

କନକ ବ୍ୟୁରୋ :  ନିଲମ୍ବିତ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସଆଇ କାର୍ତ୍ତିକ ଜେନା । ଏକ ମାମଲାରେ ତଦନ୍ତ ପାଇଁ ନିଜେ ନଯାଇ ଜଣେ ଯୁବକଙ୍କୁ ପଠାଇଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ସୂଚନା ଅନୁସାରେ ଧୁଷୁରୀ ଅଂଚଳର ପିୟୂଷ ରଞ୍ଜନ ପଣ୍ଡାଙ୍କୁ ଏକ ଘଟଣାର ତଦନ୍ତ ପାଇଁ ରସିକାବାଦ ଗାଁକୁ ପଠାଇଥିଲେ ଏସଆଇ କାର୍ତ୍ତିକ ଜେନା । ଯୁବକ ଜଣଙ୍କ ପୋଲିସ ବାଇକ ନେଇ ରସିକାବାଦ ଗାଁକୁ ତଦନ୍ତ ପାଇଁ ଯାଇଥିଲା । ଗାଁ ଲୋକ ଯୁବକଙ୍କୁ ସନ୍ଦେହ କରି ଅଟକ ରଖିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଏପରିକି ସେହି ଗାଁକୁ ଯାଇ ଯୁବକଙ୍କୁ ଉଦ୍ଧାର କରିଥିଲେ ଗ୍ରାମାଂଚଳ ପୁଲିସ । ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଗ୍ରାମାଞ୍ଚଳ ଥାନା ସବ୍‌-ଇନିସପେକ୍ଟର କାର୍ତିକ ଜେନାଙ୍କୁ ନିଲମ୍ବନ କରିଛନ୍ତି ଭଦ୍ରକ ଏସପି ମନୋଜ ରାଉତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe