କନକବ୍ୟୁରୋ : ଭଦ୍ରକରେ ପୁଲିସକୁ ଆକ୍ରମଣ ଘଟଣାରେ ଆଉ ୭ଜଣ ଅଭିଯୁକ୍ତ ଗିରଫ। ୪୮ ଘଣ୍ଟା ବୃଦ୍ଧି ପାଇଲା ଇଣ୍ଟରନେଟ କଟକଣା । ଲିଜ୍ ଲାଇନରେ ସେବା ପାଇପାରିବେ ଲୋକେ। ୧୬୩ ଧାରା ବଳବତ୍ତର ରହିବା ସହ ବ୍ୟାପକ ପୁଲିସ ଫୋର୍ସ ମୁତୟତ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆଇଜି ସତ୍ୟଜିତ ନାୟକ।

Advertisment

ଇଣ୍ଟରନେଟ୍ କଟକଣା ସତ୍ତ୍ବେ ଲିଜ୍‌ ଲାଇନ ସେବା ଚାଲୁ ରହିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ପୂର୍ବପରି ଧାର୍ଯ୍ୟ ଅଞ୍ଚଳରେ ୧୬୩ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ । ଏହି ମାମଲାରେ ପୁଲିସ ଏପର୍ଯ୍ୟନ୍ତ ମୋଟ୍‌ ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭଦ୍ରକ ପୁରୁଣାବଜାରର ୮ ଓ ଧାମନଗରରୁ ୭ ଅଭିଯୁକ୍ତ ଗିରଫ ହେଲେଣି । 

ସାମାଜିକ ଗଣମାଧ୍ୟମରେ ବିବାଦୀୟ ମନ୍ତବ୍ୟ ଦେବାକୁ ନେଇ ୨୭ ତାରିଖ ଦିନ ଭଦ୍ରକ ସ୍ଥିତ ସନ୍ତିଆ ପୋଲ ଠାରେ ତୁମୁଳକାଣ୍ଡ ଘଟିଥିଲା । ବିରୋଧୀ ଗୋଷ୍ଠୀ ଟାଉନ ଓ ପୁରୁଣା ବଜାର ଥାନା ପୁଲିସ ଉପରକୁ ଆକ୍ରମଣ କରିଥିଲେ । ସେହିପରି ଧାମନଗରରେ ମଧ୍ୟ ସ୍ଥିତି ଉତ୍ତେଜନାମୂଳକ ହୋଇଥିଲା  ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ବଳବତ୍ତର ରହିଥିବା ବେଳେ ଘଟଣାରେ ଆଉ ୭ଜଣଙ୍କୁ ମିଶାଇ ମୋଟ ୧୫ ଜଣଙ୍କୁ ଗିରଫ କରାଯାଇଛି ।