କନକ ବ୍ୟୁରୋ : ଭଦ୍ରକରେ ପୋଲିସ ଉପରକୁ ଆକ୍ରମଣ ଘଟଣାରେ ଶାନ୍ତି ବଜାୟ ରଖିବାକୁ ଜିଲ୍ଲା ପ୍ରଶାସନର ଉଦ୍ୟମ। ଡିଆଇଜି ସତ୍ୟଜିତ ନାୟକଙ୍କ ସହ ଭଦ୍ରକ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୁଣା ବଜାର ଅଞ୍ଚଳ ଓ ଧାମନଗର ଦୋବୋଲରେ ୧୬୩ ଧାରା ଜାରି ରହିଛି। ଆସନ୍ତାକାଲି ଦିନ ୨ଟା ପର୍ୟ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ହ୍ବାଟ୍ସଆପ୍, ଫେସ୍ବୁକ୍, ଏକ୍ସ, ସ୍ନାପଚାଟ୍ ପରି ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ଏହା ସହ ବ୍ରୋଡବ୍ୟାଣ୍ଡ ସେବା ମଧ୍ୟ ବନ୍ଦ ରହିଛି । ସୋସିଆଲ ମିଡିଆର ଅପବ୍ୟବହାର ରୋକିବା ପାଇଁ ଏପରି ନିର୍ଦ୍ଦେଶ ଜାରି ହୋଇଛି। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଅଶାନ୍ତ ଭଦ୍ରକ । ୧୬୩ ଧାରା ବଳବତ୍ତର, ଶାନ୍ତି ଫେରାଇଆଣିବାକୁ ପୋଲିସର ଫ୍ଲାଗମାର୍ଚ୍ଚ
ଆସନ୍ତାକାଲି ଦିନ ୨ଟା ପର୍ୟ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ହ୍ବାଟ୍ସଆପ୍, ଫେସ୍ବୁକ୍, ଏକ୍ସ, ସ୍ନାପଚାଟ୍ ପରି ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ଏହା ସହ ବ୍ରୋଡବ୍ୟାଣ୍ଡ ସେବା ମଧ୍ୟ ବନ୍ଦ ରହିଛି।