କନକ ବ୍ୟୁରୋ: ରୋଗୀଙ୍କୁ ସୁବିଧାରେ ଚିକିତ୍ସା ମିଳିବ। କୋଟି କୋଟି ଟଙ୍କା ବ୍ୟୟରେ କରାଯାଇଛି ମେଡିକାଲ । ହେଲେ କିଛି ବିବାଦ ଭିତରେ ଛନ୍ଦି ହୋଇପଡିଛି ମେଡିକାଲ ବ୍ୟବସ୍ଥା । ପ୍ରାୟ ୨୦୦ କୋଟିର ମେଡିକାଲ ଏବେ ରୋଗୀଙ୍କ କାମରେ ଆସୁନି ।  ଏ ହେଉଛି ଭଦ୍ରକ ଗେଲପୁର ସ୍ଥିତ ନୂଆ ମେଡିକାଲ । ନୂଆ ମେଡିକାଲର ଉଦଘାଟନ ହେଇ ପାରୁନଥିବା ବେଳେ କୋଠା ନିର୍ମାଣ ସମୟରେ  ତ୍ରୁଟି ସାମ୍ନାକୁ ଆସିଛି । ସରକାରୀ ନିୟମ ଅନୁଯାୟୀ କୋଠା ନିର୍ମାଣ ପୂର୍ବରୁ ଗୁରୁତ୍ୱପୁର୍ଣ୍ଣ ଅନୁମତି ନିଆଯାଇନି । ସେହିପରି ପଲ୍ୟୁସନ ବିଭାଗର ମଧ୍ୟ ଅନୁମତି ନିଆଯାଇନାହିଁ।  ଯାହାଫଳରେ କୌଣସି କାମ ହୋଇପାରୁନି । ଟାଉନ ପ୍ଲାନିଂ ଅନୁମତି ନଥିବାରୁ ଫାୟାର ସେପ୍ଟି ସାର୍ଟିଫିକେଟ ମିଳି ପାରୁନାହିଁ । ୧୦ ଏକର ଜମିରେ ନିର୍ମିତ ୩୦୦ ସହ ଶଯ୍ୟା ବିଶିଷ୍ଟ ଥାଇ ବି ଆଜି ଏହି ମେଡିକାଲର ଉଦଘାଟନ ହୋଇପାରୁନାହିଁ  । ଖାମଖିଆଲ ନୀତି ଯୋଗୁଁ ୨୦୦ କୋଟି ମୂଲ୍ୟର ମେଡିକାଲ ଜିଲ୍ଲାବାସୀଙ୍କ କାମରେ ଲାଗୁନି । 

Advertisment

ତେବେ ଏଠାରେ ପ୍ରଶ୍ନ ଉଠୁଛି କୋଠା ନିର୍ମାଣ ପୂର୍ବରୁ କାହିଁକି ଏହି ସବୁ ଅନୁମତି ନିଆଯାଇପାରିନି । ଏଥିରେ  ଚଞ୍ଚକତା କରାଯାଇଥିବା ଅଭିଯୋଗ କରିଛନ୍ତି ଲୋକ । ପୁରୁଣା ମେଡିକାଲରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିଚାଲିଥିବା ବେଳେ  ଏଥିପାଇଁ ପ୍ରତିଥର ଅଭିଯୋଗ ସହ ସମାଧାନ ଦାବି କରିଛନ୍ତି ଲୋକମାନେ ।  ଭଦ୍ରକବାସୀ ରୋଗୀ ସେବାରୁ ବଞ୍ଚିତ ହେଉଥିବା ବେଳେ ସରକାର ଯଥାଶୀଘ୍ର ଏହାର ପ୍ରତିକାର କରିବାକୁ ଦାବି ଉଠାଇଛନ୍ତି। ସେପଟେ ଖୁବଶୀଘ୍ର ଏଥିପ୍ରତି ଗୁରୁତ୍ବ ଦିଆଯିବାକୁ ମିଳିଛି ପ୍ରତିଶ୍ରୁତି ।  ଚିକିତ୍ସା ନପାଇ ସମସ୍ୟା ଭିତରେ ସନ୍ତୁଳି ହେଉଥିବା ରୋଗୀ ମାନଙ୍କ ପ୍ରତି ଗୁରୁତ୍ବ ଦିଆଯାଇ ଖୁବଶୀଘ୍ର ମେଡିକାଲ ଉଦଘାଟନ କରାଯଇପାରିଲେ ବହୁ ରୋଗୀ ଉପକୃତ ହୋଇପାରିବେ ।