ଭଦ୍ରକ ଜିଲ୍ଲା ପରିଷଦ ବୈଠକରେ ହଙ୍ଗାମା । ବିଭିନ୍ନ ସମସ୍ୟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି ।

ବିଭିନ୍ନ ସମସ୍ୟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ବିଧାୟକ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଉତ୍ତେଜନା, କିଛି ସମୟ ପାଇଁ ବୈଠକ ବନ୍ଦ ।

ବୈଠକରେ ହଙ୍ଗାମା

Photograph: (kanaknews)

କନକ ବ୍ୟୁରୋ :  ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହଙ୍ଗାମା। ସପ୍ତମ ଜିଲ୍ଲା ପରିଷଦ ବୈଠକ ଚାଲୁଥିବା ବେଳେ ବିଭିନ୍ନ ସମସ୍ୟାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ଏହି ସମୟରେ ଚାନ୍ଦବାଲି ଆରଡ଼ି ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା ଜିଲ୍ଲା ଯୁବ ବିଜେଡି ନେତା ପ୍ରିନ୍ସ ରାକେଶ ନାୟକ ପାଟିତୁଣ୍ଡ କରିଥିଲେ । ହଠାତ୍‌ ଶାସକ ଦଳ ନେତାଙ୍କ ଉପରେ ପାଟି ତୁଣ୍ଡ କରିଥିଲେ । ଏହାକୁ ବିରୋଧ କରିଥିଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ।

ପରେ ଏହି ଘଟଣାକୁ ନେଇ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସହିତ ଉପସ୍ଥିତ ଥିବା ନେତା ଓ କର୍ମୀ ମାନେ ବିଜେପି ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାରର ନାରା ଦେଇଥିଲେ । ଜିଲ୍ଲା ପରିଷଦ ବୈଠକରେ ଏଭଳି ଗଣ୍ଡଗୋଳ ଯୋଗୁଁ କିଛି ସମୟ ପାଇଁ ଉତ୍ତେଜନା ଦେଖାଇଥିଲା । ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ ଓ ଭଦ୍ରକ ଜିଲ୍ଲାପାଳଙ୍କ ସହ ସମସ୍ତ ସରକାରୀ ଅଫିସର ଉପସ୍ଥିତ ଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe