କନକ ବ୍ୟୁରୋ: ଭୀଷଣ ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହୋଇଛି। ଆଜି ସକାଳୁ ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଚାନ୍ଦବାଲିରେ ୧୫୮.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି କେନ୍ଦ୍ରାପଡ଼ା ରାଜକନିକାରେ ୧୫୬ ମିଲିମିଟର ବର୍ଷା ହୋଇଛି। ସେହିପରି ଭଦ୍ରକ ବାସୁଦେବପୁର, କେନ୍ଦ୍ରାପଡ଼ା ମାର୍ଷାଘାଇରେ ୧୧୦ ମିଲିମିଟର, ରାଜନଗରରେ ୧୦୦ ମିଲିମିଟର, ମହାକାଳପଡ଼ା, ଆଳିରେ ୯୦ ଓ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପାରାଦୀପରେ ୭୬.୪ ମିଲିମିଟର ବର୍ଷା ହୋଇଛି। ଆଜି ବାଲେଶ୍ବର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ଭଦ୍ରକ ଚାନ୍ଦବାଲିରେ ସର୍ବାଧିକ ୧୫୮ ଦଶମିକ ୬ ମିଲିମିଟର ବର୍ଷା ରେକର୍ଡ: ରାଜକନିକା, ବାସୁଦେବପୁର ଓ ମାର୍ଶାଘାଇରେ ବି ପ୍ରବଳ ବର୍ଷା
Advertisment
Follow Us