କନକ ବ୍ୟୁରୋ: ଆଜି ମା’ କାଳୀଙ୍କ ପୂଜା। ବିଭିନ୍ନ ସ୍ଥାନରେ ମଧ୍ୟରାତ୍ରରୁ ମା’ଙ୍କ ପୂଜା ଆରମ୍ଭ ହେବ। ଭଦ୍ରକର ପ୍ରସିଦ୍ଧ ମା’ ଭଦ୍ରକାଳୀଙ୍କ ପୀଠ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି। ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଆଜି ବେଦମାତା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ବେଦମାତା ବେଶରେ ମାଙ୍କୁ ଦର୍ଶନ କଲେ ପରିବାରର ମଙ୍ଗଳ ହେବା ସହିତ ଜ୍ଞାନ ବୁଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି। ବେଦମତା ବେଶରେ ମାଙ୍କୁ ଦର୍ଶନ କରିବା ପାଇଁ ପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ସେହିପରି ସାତ ଦିନରେ ମା ସାତଟି ବେଶରେ ଦର୍ଶନ ଦେବେ।
କାଳୀ ପୂଜାକୁ ନେଇ ଚଳଚଞ୍ଚଳ ଭଦ୍ରକ: ଆଜି ବେଦମାତା ବେଶରେ ଦର୍ଶନ ଦେବେ ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀ
Advertisment
Follow Us