କନକ ବ୍ୟୁରୋ: ରାଉରକେଲାରେ ପ୍ରେମିକାଙ୍କୁ ନିର୍ମମ ହତ୍ୟାକାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପ୍ରେମିକାକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିବା ଘଟଣା ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡକୁ ମନେ ପକାଇ ଦେଇଛି । ଝାରସୁଗୁଡାରେ ପ୍ରେମିକା ହତ୍ୟା କରିବା ପରେ ରାଉରକେଲାରେ ମୃତଦେହକୁ ଆଣି ଫିଙ୍ଗିଛି ପିଶାଚ ପ୍ରେମିକ । ପୂର୍ବରୁ ରାଉରକେଲାର ଗାଡ଼ିଆ ଟୋଲା ନିକଟରୁ ହାତ ଓ ଗୋଡ ମିଳିଥିଲା ।

Advertisment
  • ପ୍ରେମିକ ସାଜିଲା ଜହ୍ଲାଦ
  • ପ୍ରେମିକାଙ୍କୁ ଖଣ୍ଡ ଖଣ୍ଡ କରି କାଟି ମାରିଲା 

ଇସ୍ପାତ ସହର ରାଉରକେଲାରୁ ଆସିଛି ଛାତିକୁ ଥରାଇ ଦେବା ଭଳି ଏହି ଚାଞ୍ଚଲ୍ୟକର ଖବର। ଧାରୁଆ ଅସ୍ତ୍ରରେ ଅତି ନୃଶଂସ ହତ୍ୟା କରିଛି ଅଭିଯୁକ୍ତ ପ୍ରେମିକ। ବଡ କଥା ହେଉଛି, ପ୍ରମାଣ ନଷ୍ଟ ପାଇଁ ପ୍ରେମିକକୁ ଛଅ ଖଣ୍ଡ କରି କାଟିବା ପରେ, ବିଭିନ୍ନ ସ୍ଥାନରେ ବିଭିନ୍ନ ଅଂଶକୁ ଫିଙ୍ଗି ଦେଇଥିଲା। ଅଭିଯୁକ୍ତକୁ ଗିରଫ କରିବା ପରେ ତାର ବୟାନକୁ ଆଧାର କରି ତଦନ୍ତ ପରେ ଯାହା ସାମନାକୁ ଆସିଛି ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

ତେବେ ହତ୍ୟାକାରୀ ପ୍ରେମିକର ସୂଚନା ଆଧାରରେ ଝାରସୁଗୁଡା ଓ ରାଉରକେଲା ପୁଲିସ ବ୍ରାହ୍ମଣୀ ନଦୀରେ ସକାଳୁ ସକାଳୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଅନ୍ୟସ୍ଥାନରେ ବି ଖୋଜାଖୋଜି କରିଥିଲେ। ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ବି ଛାନଭିନ କରିଥିଲା। ଅଭିଯୁକ୍ତକୁ ଆଣି ଖଣ୍ଡ ଖଣ୍ଡ ଶରୀରକୁ କେଉଁଠି ପକାଇଥିଲା ପଚାରି ବୁଝିଥିଲା।

  • ବ୍ରlହ୍ମଣୀ ନଦୀ ବାଲୁଘାଟ ନିକଟରୁ ନାବାଳିକାର ମୁଣ୍ଡବିହୀନ ଅଣ୍ଟା ପର୍ଯ୍ୟନ୍ତ ଶରୀର
  • ହନୁମାନବାଟିକା - ତରକେରା ରାସ୍ତାର  ଗାଡ଼ିଆଟୋଲା ନିକଟରୁ ମିଳିଛି ୨ କଟା ହାତ
  • ଗାଡ଼ିଆ ଟୋଲା ନିକଟରୁ ମିଳିଛି ମୁଣ୍ଡ  

ବିଭିନ୍ନ ସ୍ଥାନରୁ ଖଣ୍ଡ ଖଣ୍ଡ ଶବ ଜବତ କରିବା ପରେ ପୂରା କାହାଣୀ ସ୍ପଷ୍ଟ ହୋଇଛି। ମୃତ ନାବାଳିକାର ଶବର ଶରୀରର ୬ ଟୁକୁଡାକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ l ସେପଟେ ଏହି ନୃଶଂସ ହତ୍ୟା କାଣ୍ଡରେ ଏକାଧିକଙ୍କ ହାତ ଥିବା ସନ୍ଦେହ କରି ଛାନଭିନ ଜାରି ରଖିଛି ପୋଲିସ l ତେବେ ପ୍ରେମର କରୁଣ ପରିଣତି ଏତେ ଭୟର ହୋଇପାରେ ଏକଥା କୁ କେହି ବିଶ୍ବାସ କରି ପାରୁନାହାନ୍ତି। 

ସୂଚନାଯୋଗ୍ୟ ଯେ, ଗିରଫ ହତ୍ୟାକାରୀ ସୁନ୍ଦରଗଡ ଧରୁଆଡ଼ିହିର କୁନା କିସାନ ବୋଲି ଜଣାପଡିଛି। ୨୦୧୮ରେ ନାବାଳିକା ଓ କୁନା ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିନ୍ତୁ ୨୦୨୩ରେ ଦୁଇ ଜଣଙ୍କ ଭିତରେ ଝଗଡା ହେବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ତାପରେ ଅଭିଯୁକ୍ତ ଗିରଫ ହୋଇ ଜେଲ ଯାଇଥିଲା। ଜେଲରୁ ବେଲରେ ଆସି ଫେରାର ଥିବାବେଳେ ଏବେ ନୃଶଂସତାର ସବୁ ସୀମା ଟପି ଯାଇଛି।