କନକ ବ୍ୟୁରୋ : ଜିରୋ ନାଇଟ୍ ସେଲିବ୍ରେସନ୍ ଓ ନୂଆ ବର୍ଷ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି । ଅନେକ ଜାଗାରେ ନୂଆ ବର୍ଷକୁ ଧୁମ୍ ଧାମରେ ପାଳନ କରାଯିବ । ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ଵ ଦିଆଯିବ । ସେଳିବ୍ରେଶନ ବେଳେ କିଭଳି କୌଣସି ବିଶୃଙ୍ଖଳା ନହେଉ ସେଥିପ୍ରତି ଦୃଷ୍ଟି ଦିଆଯିବ। 'ଡ୍ରଙ୍କ ଆଣ୍ଡ ଡ୍ରାଇଭ୍' ଉପରେ ବେଶି ଗୁରୁତ୍ବ ଦିଆଯିବ । କାରଣ ବିଗତ ଦିନରେ ଅନେକ ଦୁର୍ଘଟଣା ହେବା ଦେଖାଦେଇଛି । ସଜାଗ ଓ ସଚେତନ ରହିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।
ସେ କହିଛନ୍ତି, ନୂଆ ବର୍ଷ ସେଲିବ୍ରେଶନ କରନ୍ତୁ, ହେଲେ ମଦ ପାନ କରି ଗାଡ଼ି ଚଳନ୍ତୁନି । ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନକୁ ବରଦାସ୍ତ କରାଯିବନାହିଁ । ଯିଏ ବି ବିଶୃଙ୍ଖଳିତ ଆଚରଣ କରିବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସିସିଟିଭି ସର୍ଭେଲାନ୍ସ ରହିବ ସାରା ଭୁବନେଶ୍ୱର । ଅଘଟଣ ନହେବା ଉପରେ ଗୁରୁତ୍ଵ ଦିଆଯିବ । ଯେଉଁମାନେ ପବ୍ଲିକ ପ୍ଲେସରେ ସେଲିବ୍ରେସନ୍ ପାର୍ଟି କରିବେ ସେମାନେ ଲାଇସେନ୍ସ ନେବାକୁ ବାଧ୍ୟ । ପ୍ରାଇଭେଟ୍ ପାର୍ଟି ପାଇଁ ଆବଶ୍ୟକ ନାହିଁ ଲାଇସେନ୍ସ । ଚୋରା ମଦ କାରବାର ଉପରେ ନଜର ରଖିଛୁ । ଅବକାରୀ ବିଭାଗ ସାଙ୍ଗେ ମିଶି ରେଡ୍ ହେବ । ବ୍ଲକିଂ, ଏମଭି ଚେକିଂ, ହୋଟେଲ୍ ରେଡ୍, ଚୋରା ମଦ ଦୋକାନ ଉପରେ ରେଡ୍ ହେବ । ସବୁ ଥାନାକୁ ଅର୍ଡର ଦିଆଯାଇଛି ଚେକିଙ୍ଗ ପାଇଁ ।