କନକ ବ୍ୟୁରୋ : ସରକାର ଗରିବଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି । ଅର୍ଥ ମନ୍ତ୍ରଣାଳୟ ଗରିବ ବ୍ୟକ୍ତିଙ୍କୁ ଦେଉଛନ୍ତି ୪୬ହଜାର ୭୧୦ ଟଙ୍କା । ଯଦି ଆପଣଙ୍କ ହ୍ୱାଟ୍ସଆପକୁ ଏଭଳି ମେସେଜ୍ ଆସୁଛି ତେବେ ସାବାଧାନ ହୋଇଯାଆନ୍ତୁ । ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରି ଠକେଇ କରିବାର ନୂଆ ଜାଲ ବିଛାଇଛନ୍ତି ସାଇବର ଲୁଟେରା ।

Advertisment

A #WhatsApp message with a link claims to offer financial aid of ₹46, 715 to the poor class in the name of the Ministry of Finance and, is further seeking the recipient's personal details#PIBFactCheck

✔️ This message is #FAKE

✔️@FinMinIndia has announced no such aid! pic.twitter.com/XHYfNAwhb5
— PIB Fact Check (@PIBFactCheck) February 26, 2025

ଲୋକଙ୍କୁ ଠକିବା ପାଇଁ ପ୍ରତି ଦିନ ନୂଆ ନୂଆ ଚାଲ୍ ଖେଳୁଥିବା ସାଇବର୍ ଠକ ଏବେ ଲୋକଙ୍କୁ ଫସାଇବା ପାଇଁ ସରକାରୀ ଯୋଜନାର ଲୋଭ ଦେଖାଉଛନ୍ତି । ଲୋକଙ୍କୁ ସରକାରୀ ସହାୟତା ଦେବା ବାହାନାରେ ଲୋକଙ୍କଠୁ ବ୍ୟକ୍ତିଗତ ତଥ୍ୟ ହାସଲ କରୁଛନ୍ତି ଏବଂ ଟଙ୍କା ଠକି ନେଉଛନ୍ତି । ଯାହାକୁ ନେଇ ସରକାରଙ୍କ ତରଫରୁ ଲୋକଙ୍କୁ ସଚେତନ କରାଯାଇଛି । ପ୍ରେସ୍ ଇନଫରମେସନ୍ ବ୍ୟୁରୋ ଏହିପରି କିଛି ମେସେର ସ୍କ୍ରିନସଟ୍ ନେଇ ଟ୍ୱିଟ୍ କରି ଲୋକଙ୍କୁ ସଚେତନ କରିଛନ୍ତି । ସରକାରଙ୍କ ତରଫରୁ ଏପରି କୌଣସି ଯୋଜନା ପ୍ରଣୟନ କରାଯାଇନାହିଁ ବୋଲି ଟ୍ୱିଟ୍ କରି ଲୋକଙ୍କୁ ସଚେତନ କରାଯାଇଛି ।