କନକ ବ୍ୟୁରୋ:  କ୍ରିକେଟ୍, ଅନ୍ୟ ଖେଳ ଏବଂ କିଛି ପ୍ରସଙ୍ଗରେ କିଛି ଲୋକ ବେଟିଂ କରୁଥିବା ବା ବାଜି ମାରୁଥିବା ଖବର ପୂର୍ବରୁ ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ ନୋବେଲ ପୁରସ୍କାରକୁ ନେଇ ବେଟିଂ ହୋଇଥିବା ଅଭିଯୋଗ ଆସିଛି ।  ଏନେଇ ଆରମ୍ଭ ହୋଇଛି ତଦନ୍ତ। ନୋବେଲ ପୁରସ୍କାର ଘୋଷଣା ପୂର୍ବରୁ ଏହି ଖବର ଅତ୍ୟନ୍ତ ଗୋପନ ରଖାଯାଏ । ନୋବେଲ କମିଟିର କିଛି ଲୋକ କେବଳ ବିଜେତାଙ୍କ ନାଁ ଜାଣିଥାନ୍ତି। ସେମାନେ ନାଁ ପ୍ରକାଶ କରିବାର ଆଶଙ୍କା ନଥାଏ । କିନ୍ତୁ ଏବର୍ଷ ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା ପୂର୍ବରୁ ଏନେଇ ଅନଲାଇନରେ ଆରମ୍ଭ ହୋଇଯାଇଥିଲା ବେଟିଂ ।

Advertisment

କେହି କେହି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ବେଟିଂ କରିଥିଲେ । ତେବେ  ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ମାରିଆ କୋରିନା ମାଚାଡୋଙ୍କ ନାଁକୁ ନେଇ ଆରମ୍ଭ ହୋଇଯାଇଥିଲା ଜୋରଦାର ବେଟିଂ । ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣାର କିଛି ଘଣ୍ଟା ପୂର୍ବରୁ ମାଚାଡୋଙ୍କ ନାଁରେ ବହୁ ଲୋକ ବେଟିଂ କରିଥିଲେ । କିଛିଲୋକ ଲକ୍ଷଲକ୍ଷ ଡଲାର ଲାଭ ଉଠାଇଛନ୍ତି । ତେଣୁ ଘୋଷଣା ପୂର୍ବରୁ ମାରିଆଙ୍କ ନାଁ ପ୍ରଘଟ ହୋଇଥିବା ଆଶଙ୍କା କରି ନୋବେଲ କମିଟି ଏହାକୁ ଗୁରୁତ୍ବର ସହ ନେଇଛି ଓ ଏହାର  ତଦନ୍ତ ଆରମ୍ଭ ହୋଇଛି ।    
ନୋବେଲ ପୁରସ୍କାର ନେଇ ବେଟିଂ! 
ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା ପୂର୍ବରୁ ବେଟିଂ 
ମାରିଆଙ୍କ ନାଁ ଘୋଷଣା ପୂର୍ବରୁ ଜୋରଦାର ବେଟିଂ
କିଛି ଲୋକ ଲକ୍ଷଲକ୍ଷ ଡଲାର ଲାଭ ଉଠାଇଛନ୍ତି
ପୂର୍ବରୁ କେହି ମାରିଆଙ୍କ ନାଁ ପ୍ରଘଟ କରିଥିବା ଆଶଙ୍କା 
ଅନଲାଇନରେ ମାରିଆଙ୍କ ନାଁରେ ଚାଲିଥିଲା ଜୋରଦାର ବେଟିଂ
 ଘଟଣାକୁ ଗୁରୁତ୍ବର ସହ ନେଇଛି ନୋବେଲ କମିଟି
 ଆରମ୍ଭ ହୋଇଛି ତଦନ୍ତି