କନକ ବ୍ୟୁରୋ: ବ୍ରହ୍ମପୁରର ନୌସେନା ଅଧିକାରୀ ସୌରଭ ପାତ୍ର ନିଖୋଜ ଘଟଣାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିଶାଖାପାଟଣା ଇଚ୍ଛାପୁର ଷ୍ଟେସନରେ ସିସିଟିଭିରେ କଏଦ ହୋଇଛନ୍ତି ସୌରଭ ପାତ୍ର । ସିସିଟିଭି କ୍ୟାମେରାରେ ସୌରଭ ଇଚ୍ଛାପୁର ପ୍ଲାଟଫର୍ମ ବାହାରକୁ ଯାଉଥିବା ଦେଖିବାକୁ ମିଳିଛି । ରେଳ ଧାରଣା କଡ଼ରୁ ତାଙ୍କର ପରିଚୟ ପତ୍ର ମଧ୍ୟ ଜବତ କରିଛି ପୋଲିସ । ଟ୍ରେନ୍ରେ ବିଶାଖାପାଟଣା ଯାଉଥିବା ବେଳେ ଇଚ୍ଛାପୁର ଷ୍ଟେସନ୍ରୁ ନିଖୋଜ ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ତେବେ ସିସିଟିଭି ଫୁଟେଜକୁ ଆଧାର କରି ସୌରଭଙ୍କୁ ଟ୍ରାକ୍ କରୁଛି ପୋଲିସ ।
ବ୍ରହ୍ମପୁର ନୌସେନା ଅଧିକାରୀ ନିଖୋଜ ଘଟଣା । ବିଶାଖାପାଟଣା ଇଚ୍ଛାପୁର ଷ୍ଟେସନ୍ ସିସିଟିଭିରେ କଏଦ ହେଲା ସୌରଭ ପାତ୍ର ।
/kanak/media/media_files/2025/01/23/J5Cxol0yUMMF8AILi2LL.jpg)