ଏପ୍ରିଲ ୩ରୁ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ; ସ୍ଥାପନ ହେଲା ଶୁଭଖୁଣ୍ଟି

ଏପ୍ରିଲ ୩ ତାରିଖରୁ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ବୁଧବାର ମଧ୍ୟରାତ୍ରୀରେ ସ୍ଥାପନ ହେଲା ଶୁଭଖୁଣ୍ଟି । ଘଣ୍ଟଘଣ୍ଟା ହୁଳହୁଳିରେ ଦେଶୀବେହେରା ସାହିରୁ ବାହାରି ମନ୍ଦିରକୁ ବିଜେ କଲେ ମା ବୁଢୀ ଠାକୁରାଣୀ । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ।

thakurani jatra

thakurani jatra Photograph: (kanakNews)

କନକ ବ୍ୟୁରୋ: ଏପ୍ରିଲ ୩ ତାରିଖରୁ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା । ମଧ୍ୟରାତ୍ରୀରେ ସ୍ଥାପନ ହେଲା ଶୁଭଖୁଣ୍ଟି । ପୂଜାର୍ଚ୍ଚନା ପରେ ଦେଶୀବେହେରା ପରିବାର ଓ ସହରବାସୀଙ୍କ ବାଦ୍ୟବାଜଣାର ତାଳେ ତାଳେ ଦେଶୀବେହେରା ସାହିରୁ ବାହାରି  ବୁଢୀ ଠାକୁରାଣୀ ମନ୍ଦିରକୁ ବିଜେ କରିଛନ୍ତି । ଦେଶୀବେହେରା ସାହିରେ ଅସ୍ଥାୟୀ ପୀଠରେ ମା ବୁଢୀ ଠାକୁରାଣୀ ପୂଜା ପାଇବେ । 

ଆସନ୍ତା ଏପ୍ରିଲ ମାସ ୩ ତାରିଖରୁ ୨୮ ତାରିଖ ଯାଏଁ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି। ପ୍ରଶାସନ ଏହା ଉପରେ ମୋହର ମାରିବ । ଦୁଇବର୍ଷରେ ଥରେ ବ୍ରହ୍ମପୁରରେ ବୁଢୀ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ଯାତ୍ରାରେ ନିଜକୁ ସାମିଲ କରିଥାନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe