Doctor Gifts Photograph: (Kanak News)
କନକ ବ୍ୟୁରୋ : ବୟସ ଥିଲା ବେଳେ ରୋଗୀ ଦେଖୁଥିଲେ । ନାଡ଼ି ଚିପି ରୋଗ ଚିହ୍ନୁଥିଲେ । ଏବେ ପରିଣତ ବୟସରେ ସେଇ ରୋଗୀ ସେବା ପାଇଁ ଦାନ କରିଦେଲେ ନିଜର ସର୍ବସ୍ବ, ପ୍ରାୟ ସାଢ଼େ ୩ କୋଟି ଟଙ୍କା । ଭେଟିବା ବ୍ରହ୍ମପୁରର ଶତାୟୁ ଡାକ୍ତର ପ୍ରଫେସର ଲକ୍ଷ୍ମୀବାଇଙ୍କୁ । ଯାହାଙ୍କ ଜୀବନବ୍ୟାପୀ ସଞ୍ଚିତ ଅର୍ଥରେ ଭୁବନେଶ୍ୱର ଏମ୍ସରେ ହେବ ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର ।
ଅଧିକ ପଢ଼ନ୍ତୁ : ସରକାରଙ୍କ ନଜର ଆଢ଼ୁଆଳରେ ଆୟୁଷ ଡାକ୍ତର; ୮ ଦଫା ଦାବିରେ ଆନ୍ଦୋଳନ
ଆଉ ୪ ଦିନ ପରେ ବୟସ ଶହେ ଛୁଇଁବ । ହେଲେ ଏବେ ବି ସେ ସୁସ୍ଥ, ନିରୋଗ । ବ୍ରହ୍ମପୁରର ଅବସରପ୍ରାପ୍ତ ଡାକ୍ତର ଲକ୍ଷ୍ମୀବାଇ। ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ତାଙ୍କର ବେଶ୍ ଖ୍ୟାତି । ଡିସେମ୍ବର ୫ରେ ଶହେ ବର୍ଷରେ ପଦାର୍ପଣ କରିବେ । ତେବେ ଏହି ଅବସରରେ ସେ ନେଇଛନ୍ତି ଏକ ନିଆରା ମହତ୍ ନିଷ୍ପତ୍ତି । ନିଜ ସଞ୍ଚିତ ୩ କୋଟି ୪୦ଲକ୍ଷ ଟଙ୍କାକୁ ସେ ଭୁବନେଶ୍ବର ଏମ୍ସକୁ ଦାନ କରିଛନ୍ତି । ଏହି ଅର୍ଥରେ ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର ହେବା ସହ ରୋଗୀ ଉପକୃତ ହୋଇପାରିବେ । ଯାହା ତାଙ୍କୁ ଆତ୍ମସନ୍ତୋଷ ଦେବ ବୋଲି କହିଛନ୍ତି ଡାକ୍ତର ଲକ୍ଷ୍ମୀବାଇ ।
ଡାକ୍ତର ଲକ୍ଷ୍ମୀବାଇ କଟକ ଏସ୍ସିବିର ପ୍ରଥମ ବ୍ୟାଚ୍ ଛାତ୍ରୀ । ୧୯୪୫ରୁ ୧୯୫୦ ଯାଏଁ ଏସ୍ସିବି ପରେ, ୧୯୫୮ରେ ମାଡ୍ରାସ୍ରେ ପାଠପଢ଼ା । ତା’ ପୂର୍ବରୁ ୧୯୫୦ରେ ସୁନ୍ଦରଗଡ଼ ଜିଲ୍ଲା ହସପିଟାଲରୁ ଆରମ୍ଭ ହୋଇଥିଲା ଚାକିରି ଜୀବନ । ୧୯୮୬ରେ ଏମ୍କେସିଜିରୁ ନେଇଥିଲେ ଅବସର । ତେବେ ଅବସର ନେବାର ପ୍ରାୟ ୪ଦଶନ୍ଧି ପରେ ବି, ତାଙ୍କ ମନରୁ ଲିଭିନି ମାନବ ସେବା ମନୋଭାବ । ଭୁବନେଶ୍ୱର ଏମ୍ସକୁ ସେ ନିଜର ସର୍ବସ୍ୱ ଦାନ କରିବା ପରେ, ତାଙ୍କ ଛାତ୍ରଛାତ୍ରୀମାନେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।
Follow Us