କନକ ବ୍ୟୁରୋ : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ରାଗିଂ ଘଟଣାରେ ୧୭ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ରାଗିଂ ଘଟଣାରେ ସମ୍ପୃକ୍ତ ଥିବା ୪ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରାଯାଇଛି । ୧୩ ଜଣ ଛାତ୍ରଙ୍କୁ ୧ ହଜାର ଟଙ୍କା ଜୋରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି । ଏକ ସପ୍ତାହ ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ୪ ଜଣ ଛାତ୍ରଙ୍କୁ ସମୟ ସୀମା ଦିଆଯାଇଛି ।
ଗତ ୨୧ ତାରିଖରେ ନୂଆ ହଷ୍ଟେଲରୁ ରହୁଥିବା ପ୍ରଥମ ବର୍ଷର ଛାତ୍ରଙ୍କୁ ଅନ୍ୟ ହଷ୍ଟେଲର ତୀୟ ବର୍ଷର ଛାତ୍ରମାନେ ମାନସିକ ନିର୍ଯାତନା ଦେବା ସହ ରାଗିଂ କରିଥିଲେ । ରାଗିଂ ହୋଇଥିବା ନେଇ ପ୍ରଥମ ବର୍ଷର ଛାତ୍ର ୟୁଜିସିର ଆଣ୍ଟିରାଗିଂ ସେଲରେ ଅଭିଯୋଗ କରିଥିଲେ । ଅଭିଯୋଗର ତଦନ୍ତ କରିଥିଲେ ୧୨ ଜଣିଆ ଆଣ୍ଟିରାଗିଂ କମିଟିର ସଦସ୍ୟ ଓ ଜଣେ ଡିଏସପି । ସିସିଟିଭି ଫୁଟେଜକୁ ଆଧାରରେ ଛାତ୍ରଙ୍କୁ ଚିହ୍ନଟ କରାଯାଇଥିବା ବିଶ୍ୱବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାସ ସୂଚନା ଦେଇଛନ୍ତି ।