ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧିଙ୍କୁ ଆକ୍ରମଣ, ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ ଆକ୍ରମଣ କଲେ କିଛି ଦୁର୍ବୃତ୍ତ

ସାଂସଦଙ୍କ ପ୍ରତିନିଧି ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ, ମନରେଗା କାମରେ ଘୋଟାଲା ନେଇ ଆସିଥିଲା ଅଭିଯୋଗ

ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧିଙ୍କୁ ଆକ୍ରମଣ

ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧିଙ୍କୁ ଆକ୍ରମଣ Photograph: (kanaknews)

କନକ ବ୍ୟୁରୋ : ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧିଙ୍କୁ ଆକ୍ରମଣ । ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଚିକିଟି ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ସେ ଦିଗପହଣ୍ଡିର ଗଡ଼ଗୋବିନ୍ଦପୁର ପଞ୍ଚାୟତରେ ପୂର୍ବରୁ ସରପଞ୍ଚ ଥିଲେ ।

ଗଡ଼ଗୋବିନ୍ଦପୁର ଗାଁରେ ମନରେଗା କାମକୁ ନେଇ ଘୋଟଲା ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଲୋକପାଳ ପକ୍ଷରୁ ଏକ ଟିମ୍‌ ସେହି ଗାଁକୁ ଆସି ତଦନ୍ତ କରି ଯାଇଥିଲେ । ଗତକାଲି ସନ୍ଧ୍ୟାରେ ହରିବନ୍ଧୁ ରେଡ୍ଡୀ ଏବଂ କିଛି ଗ୍ରାମବାସୀ ଏହି ବିଷୟ ନେଇ ଆଲୋଚନା କରୁଥିବା ବେଳେ ହଠାତ୍ କିଛି ଯୁବକ ବାଇକରେ ଆସି ଆକ୍ରମଣ କରିଥିଲେ। ଗ୍ରାମବାସୀ ବାଇକ ଗୁଡିକୁ ରଖିଥିବା ବେଳେ ଆକ୍ରମଣ କାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe