କନକ ବ୍ୟୁରୋ : ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧିଙ୍କୁ ଆକ୍ରମଣ । ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଚିକିଟି ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ସେ ଦିଗପହଣ୍ଡିର ଗଡ଼ଗୋବିନ୍ଦପୁର ପଞ୍ଚାୟତରେ ପୂର୍ବରୁ ସରପଞ୍ଚ ଥିଲେ ।
ଗଡ଼ଗୋବିନ୍ଦପୁର ଗାଁରେ ମନରେଗା କାମକୁ ନେଇ ଘୋଟଲା ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଲୋକପାଳ ପକ୍ଷରୁ ଏକ ଟିମ୍ ସେହି ଗାଁକୁ ଆସି ତଦନ୍ତ କରି ଯାଇଥିଲେ । ଗତକାଲି ସନ୍ଧ୍ୟାରେ ହରିବନ୍ଧୁ ରେଡ୍ଡୀ ଏବଂ କିଛି ଗ୍ରାମବାସୀ ଏହି ବିଷୟ ନେଇ ଆଲୋଚନା କରୁଥିବା ବେଳେ ହଠାତ୍ କିଛି ଯୁବକ ବାଇକରେ ଆସି ଆକ୍ରମଣ କରିଥିଲେ। ଗ୍ରାମବାସୀ ବାଇକ ଗୁଡିକୁ ରଖିଥିବା ବେଳେ ଆକ୍ରମଣ କାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/16/gL49GdFxaFn9LG5gvHxU.jpg)