ବେଙ୍ଗାଲୁରୁ ଦଳଚକଟା ଘଟଣା: ମୃତବ୍ୟକ୍ତିଙ୍କ ପରିବାରକୁ ସହାୟତା ରାଶି ବୃଦ୍ଧି କଲା ଆରସିବି

ପ୍ରତି ମୃତବ୍ୟକ୍ତିଙ୍କ ପରିବାରକୁ ଆରସିବି ୧୦ ଲକ୍ଷ ଟଙ୍କା ନୁହେଁ, ଆଉ ୧୫ ଲକ୍ଷ ଟଙ୍କା ବଢ଼ାଇ ୨୫ ଲକ୍ଷ ଟଙ୍କା ଲେଖାଏଁ ଦେବ। ଗତ ଜୁନ୍ ୪ ତାରିଖରେ ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରସିବିର ଆଇପିଏଲ୍ ବିଜୟ ଉତ୍ସବ ପାଳନ ବେଳେ ବାହାରେ ଦଳାଚକଟା ଘଟି ୧୧ ଜଣ ପ୍ରାଣ ହରାଇଥିଲେ ।

46

Photograph: (kanak news)

କନକ ବ୍ୟୁରୋ: ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦଳଚକଟା ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ – ଆରସିବି ପକ୍ଷରୁ ଅନୁକମ୍ପା ସହାୟତା ରାଶି ବୃଦ୍ଧି । ପ୍ରତି ମୃତବ୍ୟକ୍ତିଙ୍କ ପରିବାରକୁ ଆରସିବି ୧୦ ଲକ୍ଷ ଟଙ୍କା ନୁହେଁ, ଆଉ ୧୫ ଲକ୍ଷ ଟଙ୍କା ବଢ଼ାଇ ୨୫ ଲକ୍ଷ ଟଙ୍କା ଲେଖାଏଁ ଦେବ। ଗତ ଜୁନ୍ ୪ ତାରିଖରେ ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରସିବିର ଆଇପିଏଲ୍ ବିଜୟ ଉତ୍ସବ ପାଳନ ବେଳେ ବାହାରେ ଦଳାଚକଟା ଘଟି ୧୧ ଜଣ ପ୍ରାଣ ହରାଇଥିଲେ । ମୃତବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଦେବାକୁ ଜୁନ ୫ ତାରିଖରେ ଆରସିବି ଘୋଷଣା କରିଥିଲା। ଏହାପରେ ଆରସିବି କିଛିଦିନ ନିରବ ରହିଥିବା ବେଳେ ନିକଟରେ ମୁହଁ ଖୋଲି ଗଭୀର ଦୁଃଖ ପ୍ରକାଶ କରିଥିଲା। ଏବେ ପ୍ରଶଂସକଙ୍କ ପାଇଁ ଆରସିବି କେୟାର ପାଣ୍ଠି ଗଠନ ସହିତ ଦଳାଚକଟାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛି।  

ସହାୟତା ରାଶି ବଢ଼ାଇଲା ଆରସିବି
ଦଳାଚକଟାରେ ପ୍ରତି ମୃତକଙ୍କ ପରିବାରକୁ ଦେବ ୨୫ ଲକ୍ଷ ଟଙ୍କା
ପୂର୍ବରୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଥିଲା
ଏବେ ୧୫ ଲକ୍ଷ ଟଙ୍କା ବଢ଼ାଇ ୨୫ ଲକ୍ଷ ଟଙ୍କା କରାଯାଇଛି
ଜୁନ୍ ୪ରେ ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦଳାଚକଟା ହୋଇଥିଲା
୧୧ ଜଣ ପ୍ରାଣ ହରାଇଥିଲେ, ବହୁଲୋକ ଆହତ ହୋଇଥିଲେ
ଆରସିବିର ବିଜୟ ଉତ୍ସବ ବେଳେ ଦଳାଚକଟା ହୋଇଥିଲା
ପ୍ରଶଂସକଙ୍କ ପାଇଁ ଗଠନ ହେଲା ‘ଆରସିବି କେୟାର ପାଣ୍ଠି’  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe