ବେଙ୍ଗାଲୁରୁ ଦଳାଚକଟା ଘଟଣା : ବରିଷ୍ଠ ପୁଲିସ ଅଧିକାରୀ ଆଇପିଏସ୍ ଅଫିସର ବିକାଶ କୁମାର ନିଲମ୍ବିତ

ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ଗତ ମାସରେ ହୋଇଥିବା ଦଳାଚକଟା ଘଟଣାରେ ଆଇପିଏସ୍ ଅଫିସର ବିକାଶ କୁମାରଙ୍କୁ ନିଲମ୍ବିତ କରିବା ନିଷ୍ପତ୍ତିକୁ ସମର୍ଥନ କରି କର୍ଣ୍ଣାଟକ ସରକାର ଗୁରୁବାର ହାଇକୋର୍ଟଙ୍କୁ କହିଛନ୍ତି

78

Photograph: (KANAKNEWS)

କନକବ୍ୟୁରୋ : ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ଗତ ମାସରେ ହୋଇଥିବା ଦଳାଚକଟା ଘଟଣାରେ ଆଇପିଏସ୍ ଅଫିସର ବିକାଶ କୁମାରଙ୍କୁ ନିଲମ୍ବିତ କରିବା ନିଷ୍ପତ୍ତିକୁ ସମର୍ଥନ କରି କର୍ଣ୍ଣାଟକ ସରକାର ଗୁରୁବାର ହାଇକୋର୍ଟଙ୍କୁ କହିଛନ୍ତି ଯେ, ବରିଷ୍ଠ ପୁଲିସ ଅଧିକାରୀମାନେ ଆର୍‌ସିବିର ଦାସ ଭଳି କାର୍ଯ୍ୟ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ ଶଶିକିରଣ ସେଠୀ ଯୁକ୍ତି ବାଢ଼ିଥିଲେ ଯେ, କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସିଏଟି)ର ଆଦେଶ ଏହାର ଅଧିକାର ସୀମା ଅତିକ୍ରମ କରିଛି ଏବଂ ଏହା ଉପରେ ରୋକ ଲଗାଯାଉ । କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ବିକାଶ ଓ ଅନ୍ୟ ଆଇପିଏସ୍ ଅଧିକାରୀଙ୍କ ନିଲମ୍ବନକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି ବୋଲି ସେ ଅଦାଲତଙ୍କୁ କହିଥିଲେ। ଜୁନ୍ ୫ ତାରିଖରେ ଏହି ନିଲମ୍ବନ ଆଦେଶ ଜାରି ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe