ବେଙ୍ଗାଲୁରୁ ଦଳାଚକଟା ଘଟଣା : ମୃତ ଶରୀରରୁ ବି ଅଳଙ୍କାର ଲୁଟିଥିବା ଆସିଲା ଅଭିଯୋଗ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ଆଇପିଏଲ ଟ୍ରଫି ବିଜୟ ଉତ୍ସବ ବେଳେ ବେଙ୍ଗାଲୁରୁରେ ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା  ।

1

Photograph: (KANAKNEWS)

କନକବ୍ୟୁରୋ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ଆଇପିଏଲ ଟ୍ରଫି ବିଜୟ ଉତ୍ସବ ବେଳେ ବେଙ୍ଗାଲୁରୁରେ ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା  । ଏହି ଘଟଣାରେ ପୁଲିସ ନିଜ ଆଡ଼ୁ ଆରସିବି, ଡିଏନ୍ଏ ଏଣ୍ଟରଟେନମେଣ୍ଟ ଓ କର୍ଣ୍ଣାଟକା ରାଜ୍ୟ କ୍ରିକେଟ ଆସୋସିଏସନ (କେଏସ୍ସିଏ) ବିରୋଧରେ ମାମଲା ରୁଜୁ କରିଥିଲା ।
ତେବେ ୧୧ ଜଣ ପୀଡିତଙ୍କ ମଧ୍ୟରେ ୧୩ ବର୍ଷୀୟା ଦିବ୍ୟାଂଶୀ  ସବୁଠାରୁ ସାନ ଥିଲେ ।  ସମ୍ପ୍ରତି ବେଙ୍ଗାଲୁରୁ ଦଳାଚକଟାରେ ପ୍ରାଣ ହରାଇଥିବା ଦିବ୍ୟାଂଶୀ ଶିବକୁମାରଙ୍କ ମାଆ ଗୁରୁତର ଅଭିଯୋଗ କରିଛନ୍ତି  ।

ମା’ ଅଶ୍ୱିନୀ ଶିବକୁମାର  ଅଭିଯୋଗ କରି  କହିଛନ୍ତି, ‘ ଜୁନ୍ ୪ ତାରିଖରେ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ନିକଟରେ  ଘଟିଥିବା ଦୁର୍ଘଟଣା ସମୟରେ ମୋ ଝିଅ ଦିବ୍ୟାଂଶୀ ୧ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଅଳଙ୍କାର ପିନ୍ଧିଥିଲା ।  କିନ୍ତୁ, ଯେତେବେଳେ ମୃତଦେହ ଆମକୁ ହସ୍ତାନ୍ତର କରାଯାଇଥିଲା , ସେତେବେଳେ ଝିଅ ପିନ୍ଧିଥିବା ସୁନାର ଚେନ ଓ କାନଫୁଲ ଗାଏବ ଥିଲା । ଏହି ଘଟଣାର କଡ଼ାକଡ଼ି ଦାବି ପାଇଁ  ଜଣେ ମା’ ସମସ୍ତଙ୍କୁ ଅନୁରୋଧ ।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe