କନକବ୍ୟୁରୋ : ଅଦିନିଆ ବର୍ଷାରେ ବେହାଲ ବେଙ୍ଗାଲୁରୁ । ଲଗାଣ ବର୍ଷା କାରଣରୁ ବୁଡିଛି ସହର । ସ୍ଥାନେ ସ୍ଥାନେ ଜମିଛି ବର୍ଷା ପାଣି ରାସ୍ତା ନଦୀ ପରି ଲାଗୁଛି । ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର ପାଇଁ ପହଞ୍ଚିଛନ୍ତି ଏନଡିଆରଏଫ ଟିମ  ।  ସବୁଠୁ ବଡ କଥା ହେଉଛି ଆଇଟି ସିଟି ବେଙ୍ଗାଲୁରୁ ର ତଳତଳିଆ ଅଞ୍ଚଳ ନୁହେଁ ମୁଖ୍ୟ ସହରାଞ୍ଚଳରେ ମଧ୍ୟ ପାଣି ଜମାଟ ବାନ୍ଧିଛି ।  ସ୍ଥାନୀୟ ବାସିନ୍ଦା ନାକେଦମ ହେବା ପରେ ସ୍ଥାନୀୟ ପ୍ରଶାସନ ବିରୋଧରେ ଅଭିଯୋଗ ଆଣିଛନ୍ତି  ।  ଡ୍ରେନ ପାଣି ନିଷ୍କାସନରେ ତ୍ରୁଟି ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ଲୋକେ   ।