ପୁଅ ଓ ଝିଅଙ୍କୁ ବିଷ ଦେଇ ହତ୍ୟା ପରେ ଆତ୍ମହତ୍ୟା । ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର ।

ବଢ଼ୁଛି ଚାପ,ଯାଉଛି ଜୀବନ । ପୁଅ ଓ ଝିଅଙ୍କ ବିଷ ଦେଇ ହତ୍ୟା କରି ଆତ୍ମହତ୍ୟା କଲେ ବେଙ୍ଗାଲୁରୁ ଦମ୍ପତ୍ତି । ଘର ଭିତରୁ ୪ଜଣଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା ଖୋଳତାଡ କରୁଛି ପୁଲିସ ।

Bengaluru Murder

Bengaluru Murder Photograph: (Bengaluru Murder)

କନକ ବ୍ୟୁରୋ: ନଜର ୫ ବର୍ଷୀୟ ଝିଅ ଓ ୨ ବର୍ଷର ପୁଅକୁ ପ୍ରଥମେ ନିଜ ହାତରେ ହତ୍ୟା କଲେ । ଏହାପରେ ସଫ୍ଟୱେୟାର କନସଲଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀ ଜୀବନ ହାରିଦେଲେ । ବନ୍ଦ ଘର ଭିତରୁ ପୁଲିସ୍‌ ୪ ଜଣଙ୍କ ମୃତଦେହ ଉଦ୍ଧାର କରିବା ପରେ ତଦନ୍ତ ଆରମ୍ଭ କରିଛି । ପୁଲିସ୍‌ ଉଭୟ ହତ୍ୟା-ଆତ୍ମହତ୍ୟା ଘଟଣାକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି ।ପୁଲିସ୍‌ କହିଛି ଯେ ବନ୍ଦ ଘର ଭିତରୁ ୩୮ ବର୍ଷୀୟ ଅନୂପ କୁମାର, ତାଙ୍କ ପତ୍ନୀ ରାକ୍ଷୀ, ୫ ବର୍ଷର ଝିଅ ଅନୁପ୍ରିୟା ଓ ୨ ବର୍ଷର ପୁଅ ପ୍ରିୟାଂଶଙ୍କ ମୃତଦେହ ମିଳିଛି । ଅନୂପଙ୍କ ଘର ଉତ୍ତର ପ୍ରଦେଶର ପ୍ରୟାଗରାଜରେ ହୋଇଥିବା ବେଳେ ସେ ବେଙ୍ଗାଲୁରୁରେ ସଫ୍ଟୱେୟାର କନସଲଟାଣ୍ଟ ଭାବେ କାମ କରନ୍ତି । ତେଣୁ ପରିବାର ଧରି ସେ ଏଠାରେ ଭଡ଼ା ଘରେ ରହୁଥିଲେ । ଉକ୍ତ ଘର ଭିତରୁ ହିଁ ସମସ୍ତଙ୍କ ମୃତଦେହ ମିଳିଛି । ସୋମବାର ସକାଳେ ଅନୂପଙ୍କ ଘରକୁ ଘରୋଇ ସହାୟକ ଆସିଥିଲେ । ସେ କବାଟ ବାଡ଼େଇବା ସହ ଫୋନ କରିଥିଲେ ହେଁ ଭିତରୁ କୌଣସି ଜବାବ ମିଳି ନଥିଲା । ଫଳରେ ଘରୋଇ ସହାୟକ ଜଣଙ୍କ ପଡ଼ୋଶୀଙ୍କୁ ଖବର ଦେଇଥିଲେ । ସେମାନେ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ଟିମ କବାଟ ଭାଙ୍ଗି ଭିତରକୁ ପଶିଥିଲା । ଏହି ସମୟରେ ଘର ଭିତରୁ ୪ ଜଣଙ୍କ ମୃତଦେହ ରହିଥିବା ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe