ଶୂନ୍ୟକାଳରେ ଉଠିଲା ମାଲକାନଗିରିରେ ବଙ୍ଗାଳି-ଆଦିବାସୀ ମୁହାଁମୁହିଁ ପ୍ରସଙ୍ଗ; ବିଜେଡି ବିଧାୟକ କହିଲେ, ସରକାର ଶୋଇଛନ୍ତି

Advertisment

ବିଧାନସଭା ଶୂନ୍ୟକାଳରେ ଉଠିଲା ମାଲକାନଗିରିରେ ବଙ୍ଗାଳି-ଆଦିବାସୀ ଦୁଇ ଗୋଷ୍ଠୀ ମୁହାଁମୁହିଁ ଓ ଘର ଜାଳିବା ପ୍ରସଙ୍ଗ । ବିଜେଡି ବିଧାୟକ ପ୍ରତାପ ଦେବ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ରାଜ୍ୟ ସରକାର ନିଘୋଡ଼ ନିଦ୍ରାରେ ଶୋଇଛନ୍ତି । ମାଲକାନଗିରିର ଅଘଟଣ ବିଷୟରେ ଗୃହ ବିଭାଗ ଜାଣି ନପାରିବା ଦୁର୍ଭାଗ୍ୟଜନକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଖବରକାଗଜରେ ବାହାରିଛି, କିନ୍ତୁ ଘଟଣା ଦୁଇ ଦିନ ତଳର । ଗୃହ ବିଭାଗ ଓ ଗୁଇନ୍ଦା ବିଭାଗ ଶୋଇଥିଲେ କି ?

ODISHA ASSEMBLY

ODISHA ASSEMBLY Photograph: (KANAK NEWS)

କନକ ବ୍ୟୁରୋ: ବିଧାନସଭା ଶୂନ୍ୟକାଳରେ ଉଠିଲା ମାଲକାନଗିରିରେ ବଙ୍ଗାଳି-ଆଦିବାସୀ ଦୁଇ ଗୋଷ୍ଠୀ ମୁହାଁମୁହିଁ ଓ ଘର ଜାଳିବା ପ୍ରସଙ୍ଗ । ବିଜେଡି ବିଧାୟକ ପ୍ରତାପ ଦେବ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ରାଜ୍ୟ ସରକାର ନିଘୋଡ଼ ନିଦ୍ରାରେ ଶୋଇଛନ୍ତି । ମାଲକାନଗିରିର ଅଘଟଣ ବିଷୟରେ ଗୃହ ବିଭାଗ ଜାଣି ନପାରିବା ଦୁର୍ଭାଗ୍ୟଜନକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଖବରକାଗଜରେ ବାହାରିଛି, କିନ୍ତୁ ଘଟଣା ଦୁଇ ଦିନ ତଳର । ଗୃହ ବିଭାଗ ଓ ଗୁଇନ୍ଦା ବିଭାଗ ଶୋଇଥିଲେ କି ?

ଆହୁରି ପଢ଼ନ୍ତୁ : ଇଣ୍ଡିଗୋ ସଙ୍କଟ: ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ବିଜେଡି ବିଧାୟକ ବିଧାନସଭା ଶୂନ୍ୟକାଳରେ ସରକାରୀ ଦଳକୁ ପ୍ରଶ୍ନ ଘେରରେ ବାନ୍ଧିବା ସହିତ ୫୦ ଘର ପୋଡ଼ିଲା, ଦୁଇ ଗୋଷ୍ଠୀ ଭିତରେ ବିବାଦ କେମିତି ଏବଂ ପୋଲିସ କେମିତି ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ତେବେ ମାଲକାନାଗିରି ଆଇନଶୃଙ୍ଖଳା କ୍ଷେତ୍ରରେ ସମ୍ବେଦନଶୀଳ ଜିଲ୍ଲା । ସେଠାରେ ଏଭଳି ଘଟଣା ଘଟିବା ଦର୍ଶାଉଛି ଯେ, ଆଇନଶୃଙ୍ଖଳା ନିୟନ୍ତ୍ରଣରେ ସରକାର ବିଫଳ । କେନ୍ଦ୍ର ସରକାର କହିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କର । କିନ୍ତୁ ସେହି କେନ୍ଦ୍ର ସରକାର ବାଂଲାଦେଶୀ ମାନଙ୍କୁ ସେଠାରେ ରଖିଥିନଲେ କି ? ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳାକୁ ନେଇ ଗୃହରେ ଭୁଲ ତଥ୍ୟ ଦିଅନ୍ତୁ ନାହିଁ । ତତକ୍ଷଣାତ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେଡି ବିଧାୟକ ଦାବି କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe