ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଫେରିଲା ମି-ଟୁ ; ଫିଲ୍ମ ନିର୍ଦ୍ଦେଶକ ରଞ୍ଜିତଙ୍କ ବିରୋଧରେ ବଙ୍ଗୀୟ ଅଭିନେତ୍ରୀଙ୍କ ସାଂଘାତିକ୍ ଅଭିଯୋଗ

Advertisment

ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଫେରିଲା ମି-ଟୁ ; ଫିଲ୍ମ ନିର୍ଦ୍ଦେଶକ ରଞ୍ଜିତଙ୍କ ବିରୋଧରେ ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ରାଙ୍କ ସାଂଘାତିକ୍ ଅଭିଯୋଗ ,୨୦୦୯ ମସିହାରେ ହୋଟେଲ ରୁମରେ ନିର୍ଦ୍ଦେଶକ କରିଥିଲେ ଅସଦାଚରଣ

Updated On

ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଫେରିଲା ମି-ଟୁ ; ଫିଲ୍ମ ନିର୍ଦ୍ଦେଶକ ରଞ୍ଜିତଙ୍କ ବିରୋଧରେ ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ରାଙ୍କ ସାଂଘାତିକ୍ ଅଭିଯୋଗ ,୨୦୦୯ ମସିହାରେ ହୋଟେଲ ରୁମରେ ନିର୍ଦ୍ଦେଶକ କରିଥିଲେ ଅସଦାଚରଣ

ଅଦ୍ୟତନ ହୋଇଛି
mm

କନକ ବ୍ୟୁରୋ: ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଫେରିଲା ମି-ଟୁ। କାଷ୍ଟିଂ କାଉଚ ଅଭିଯୋଗରେ ପୁଣି କଳଙ୍କିତ ହେଲା ମଲୟାଲମ୍ ଇଣ୍ଡଷ୍ଟୀ। ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ରାଙ୍କ ସଙ୍ଗୀନ ଅଭିଯୋଗ ପରେ ଏବେ ସାଉଥ ଇଣ୍ଡଷ୍ଟ୍ରୀରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରସିଦ୍ଧ ମଲୟାଲମ୍ ନିର୍ଦ୍ଦେଶକ ରଞ୍ଜିତଙ୍କ ବିରୋଧରେ ଏଭଳି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ବଙ୍ଗୀୟ ଅଭିନେତ୍ରୀ। 

ଏହାକୁ ନେଇ ବିବାଦ ତେଜିବା ପରେ କେରଳ ଚଳଚ୍ଚିତ୍ର ଏକାଡେମୀର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନିର୍ଦ୍ଦେଶକ ରଞ୍ଜିତ। ଅଭିନେତ୍ରୀ ଶ୍ରୀଲେଖା ୨୦୦୯ ମସିହାର ଏକ ଘଟଣାକୁ ମନେ ପକାଇ ନିର୍ଦ୍ଦେଶ ରଞ୍ଜିତଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି। ଗତ ଅଗଷ୍ଟ ୨୨ ତାରିଖରେ ଏହି ଖୁଲାସା କରିଛନ୍ତି ଶ୍ରୀଲେଖା। ୨୦୦୯ ମସିହାରେ ଏକ ଚଳଚ୍ଚିତ୍ରର ସୁଟିଂ ବେଳେ ହୋଟେଲ ରୁମ୍ ଭିତରେ ନିର୍ଦ୍ଦେଶକ ରଞ୍ଜିତ, ଶ୍ରୀଲେଖାଙ୍କ ସହ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି। 

ଶ୍ରୀଲେଖା କହିଛନ୍ତି, ହୋଟେଲ ରୁମରେ ମୋବାଇଲରେ କଥା ହେବା ସମୟରେ ପଛପଟୁ ଆସି ତାଙ୍କ ସହ ଅସଦାଚରଣ କରିଥିଲେ ନିର୍ଦ୍ଦେଶକ ରଞ୍ଜିତ। ଅଭିନେତ୍ରୀ ଶ୍ରୀଲେଖା ଏହି ଅଭିଯୋଗ ଏଭଳି ସମୟରେ ଆଣିଛନ୍ତି ଯେତେବେଳେ ଜଷ୍ଟିସ୍ ହେମା କମିଶନ୍ ରିପୋର୍ଟ ସାମ୍ନାକୁ ଆସିଛି। କିଛି ଦନ ତଳେ ଜଷ୍ଟିସ୍ ହେମା କମିଶନ୍ ରିପୋର୍ଟରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାଷ୍ଟିଂ କାଉଚ୍ ନେଇ ଅନେକ ଖୁଲାସା ହୋଇଥିଲା। ମାଲୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମହିଳାଙ୍କ ଉପରେ ହେଉଥିବା ଯୌନ ଶୋଷଣର ତଦନ୍ତ ନେଇ କେରଳ ସରକାର ଜଷ୍ଟିସ ହେମା କମିଶନ୍ ଗଠନ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe