ଆଳୁ ରପ୍ତାନୀ ବନ୍ଦକୁ ନେଇ ମମତାଙ୍କ ଉପରେ ତାତିଲେ ବେଙ୍ଗଲ ବ୍ୟବସାୟୀ ; କହିଲେ, ତୁରନ୍ତ ହଟାଅ କଟକଣା

ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁନି ଆଳୁ । ପ୍ରେସମିଟ୍ କରି ମମତା ସରକାରଙ୍କ ଉପରେ ବର୍ଷିଲା ବେଙ୍ଗଲ ଆଳୁ ବ୍ୟବସାୟୀ ସଂଘ ।ତୁରନ୍ତ ସୀମାରୁ କଟକଣା ହଟାଇବାକୁ ଦାବି ।ନଚେତ୍ ମଧ୍ୟରାତ୍ରିରୁ ସବୁ ଶୀତଳଭଣ୍ଡାରରୁ ନିଜ ରାଜ୍ୟକୁ ବନ୍ଦ ହେବ ଆଳୁ ।

4mamata

କନକ ବ୍ୟୁରୋ: ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁନି ଆଳୁ । ମମତା ବାନାର୍ଜୀଙ୍କ ସରକାର ପଡୋଶୀ ରାଜ୍ୟକୁ ଆଳୁ ବନ୍ଦ କରିବା ପରେ ମମତା ସରକାରଙ୍କ ଉପରେ ବର୍ଷିଛି ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘ । ଆଜି ସୁଦ୍ଧା ସରକାର ସୀମାରେ କଟକଣା  ନ ଉଠାଇଲେ, ମଧ୍ୟରାତ୍ରିରୁ ସମସ୍ତ ଶୀତଳଭଣ୍ଡାରରୁ ନିଜ ରାଜ୍ୟକୁ ବି ଆଳୁ ବନ୍ଦ କରାଯିବ ବୋଲି ପ୍ରେସମିଟ୍ କରି ଚେତାବନୀ ଦେଇଛି ପଶ୍ଚିମବଙ୍ଗ ବ୍ୟବସାୟୀ ସଂଘ । 

ଗତ ୫ ଦିନ ହେବ ପଶ୍ଚିମବଙ୍ଗ ସରକାର ପଡୋଶୀ ରାଜ୍ୟ ସୀମାରେ ଚେକ୍‌ ପୋଷ୍ଟ ଲଗାଇ ଆଳୁ ଗାଡିକୁ ରୋକୁଛନ୍ତି । ଖାଲି ଓଡିଶା ନୁହେ ବିହାର, ଝାଡଖଣ୍ଡ ଭଳି ଅନେକ ରାଜ୍ୟକୁ ପଶ୍ଚିମବଙ୍ଗର ଆଳୁ ଯାଇ ପାରୁନାହିଁ । ଫଳରେ ଷ୍ଟୋର ଆଳୁ ପଚିବା ଆରମ୍ଭ କଲାଣି । ବିଭିନ୍ନ ଶୀତଳଭଣ୍ଡାର ମାଲିକ ମାନେ କ୍ଷତି ସହିବା ଆରମ୍ଭ କଲେଣି । ଏନେଇ ସେଠାକାର ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘ ପ୍ରେସମିଟ୍ ଜରିଆରେ ସମସ୍ତ ସୀମାରୁ କଟକଣା ହଟାଇବାକୁ ଦାବି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe