କନକ ବ୍ୟୁରୋ: ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁନି ଆଳୁ । ମମତା ବାନାର୍ଜୀଙ୍କ ସରକାର ପଡୋଶୀ ରାଜ୍ୟକୁ ଆଳୁ ବନ୍ଦ କରିବା ପରେ ମମତା ସରକାରଙ୍କ ଉପରେ ବର୍ଷିଛି ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘ । ଆଜି ସୁଦ୍ଧା ସରକାର ସୀମାରେ କଟକଣା ନ ଉଠାଇଲେ, ମଧ୍ୟରାତ୍ରିରୁ ସମସ୍ତ ଶୀତଳଭଣ୍ଡାରରୁ ନିଜ ରାଜ୍ୟକୁ ବି ଆଳୁ ବନ୍ଦ କରାଯିବ ବୋଲି ପ୍ରେସମିଟ୍ କରି ଚେତାବନୀ ଦେଇଛି ପଶ୍ଚିମବଙ୍ଗ ବ୍ୟବସାୟୀ ସଂଘ ।
ଗତ ୫ ଦିନ ହେବ ପଶ୍ଚିମବଙ୍ଗ ସରକାର ପଡୋଶୀ ରାଜ୍ୟ ସୀମାରେ ଚେକ୍ ପୋଷ୍ଟ ଲଗାଇ ଆଳୁ ଗାଡିକୁ ରୋକୁଛନ୍ତି । ଖାଲି ଓଡିଶା ନୁହେ ବିହାର, ଝାଡଖଣ୍ଡ ଭଳି ଅନେକ ରାଜ୍ୟକୁ ପଶ୍ଚିମବଙ୍ଗର ଆଳୁ ଯାଇ ପାରୁନାହିଁ । ଫଳରେ ଷ୍ଟୋର ଆଳୁ ପଚିବା ଆରମ୍ଭ କଲାଣି । ବିଭିନ୍ନ ଶୀତଳଭଣ୍ଡାର ମାଲିକ ମାନେ କ୍ଷତି ସହିବା ଆରମ୍ଭ କଲେଣି । ଏନେଇ ସେଠାକାର ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘ ପ୍ରେସମିଟ୍ ଜରିଆରେ ସମସ୍ତ ସୀମାରୁ କଟକଣା ହଟାଇବାକୁ ଦାବି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/02/NhUIREVWR0hRwRb87bRy.jpg)