ଅନୁଗୁଳରେ ମହାବଳ ବାଘ ଆତଙ୍କ: ଛେଣ୍ଡିପଦା କଙ୍କୁରପାଳ ଗାଁ ନିକଟରେ ବାଘ ପାଦ ଚିହ୍ନଟ

ଛେଣ୍ଡିପଦା କଙ୍କୁରପାଳ ଗାଁ ନିକଟରେ ମହାବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ଏମିତିକି ବାଘଟି ନିକଟସ୍ଥ ନଦୀ ଅତିକ୍ରମ କରି ଆରପଟକୁ ଯାଇଥିବା ପଗ୍ ମାର୍କରୁ ସ୍ପଷ୍ଟ ହୋଇଛି । ଏହାପରେ ଛେଣ୍ଡିପଦା ରେଞ୍ଜ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଡାକବାଜି ଯନ୍ତ୍ର ଜରିଆରେ ଲୋକମାନଙ୍କୁ ସତର୍କ କରାଯାଇଛି ।

10

Photograph: (kanak news)

କନକ ବ୍ୟୁରୋ: ଅନୁଗୁଳରେ ବାଘ ଆତଙ୍କ । ଛେଣ୍ଡିପଦା କଙ୍କୁରପାଳ ଗାଁ ନିକଟରେ ମହାବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ଏମିତିକି ବାଘଟି ନିକଟସ୍ଥ ନଦୀ ଅତିକ୍ରମ କରି ଆରପଟକୁ ଯାଇଥିବା ପଗ୍ ମାର୍କରୁ ସ୍ପଷ୍ଟ ହୋଇଛି । ଏହାପରେ ଛେଣ୍ଡିପଦା ରେଞ୍ଜ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଡାକବାଜି ଯନ୍ତ୍ର ଜରିଆରେ ଲୋକମାନଙ୍କୁ ସତର୍କ କରାଯାଇଛି । ରାତି ସମୟରେ ଜଙ୍ଗଲ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଅନୁଗୁଳ ଆରସିସିଏଫ୍ ଡକ୍ଟର ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି, ଦେବଗଡ଼ ଅଞ୍ଚଳରେ ମାସେ ହେଲା ଘୁରି ବୁଲୁଥିବା ଏକ ମହାବଳ ବାଘ ଦୁଇ ଦିନ ହେବ ଛେଣ୍ଡିପଦା ଅଞ୍ଚଳକୁ ଆସି ଯାଇଛି । ଛେଣ୍ଡିପଦା ବନଖଣ୍ଡରେ ବାଘର ପଗ୍ ମାର୍କ ମଧ୍ୟ ମିଳିଛି । ବାଘ ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି । ଜଙ୍ଗଲର ବିଭିନ୍ନ ସ୍ଥାନରେ କ୍ୟାମେରା ଟ୍ରାପ୍ ଖଞ୍ଜା ଯାଉଛି । ଏପରିକି ମହାବଳ ବାଘ ନେଇ ଖବର ପାଇଲେ ବନ ବିଭାଗକୁ ଜଣାଇବା ସହ ରାତିରେ ଜଙ୍ଗଲ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe