ଆର ଜି କର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା ।  ତଳ କୋର୍ଟଙ୍କ ରାୟକୁ କଲିକତା ହାଇକୋର୍ଟରେ ଚ୍ୟାଲେଞ୍ଜ ଦେବେ ପଶ୍ଚିମବଙ୍ଗ ସରକାର ।

ତଳ କୋର୍ଟଙ୍କ ରାୟକୁ କଲିକତା ହାଇକୋର୍ଟରେ ଚ୍ୟାଲେଞ୍ଜ ଦେବେ ପଶ୍ଚିମବଙ୍ଗ ସରକାର । ଦୋଷୀ ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ ମିଳିବା ନେଇ ମମତା ଖପ୍ପା ।

MAMATA 22

କନକ ବ୍ୟୁରୋ :  ଆରଜି କର ମେଡିକାଲ କଲେଜ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟଙ୍କ ଫଇସଲାକୁ ନେଇ ପଶ୍ଚିମବଙ୍ଗ ସରକାର ଆପତି ପ୍ରକାଶ କରିଛନ୍ତି । ତଳ କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ମମତା ସରକାର ହାଇକୋର୍ଟ ଯିବାକୁ ନିଷ୍ପତି ନେଇଛନ୍ତି । କୋର୍ଟଙ୍କ ଶୁଣାଣୀ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ମମତା କହିଛନ୍ତି ଯଦି ମାମଲାର ତଦନ୍ତ କୋଲକାତା ପୁଲିସ କରିଥାନ୍ତା ହୁଏତ ଦୋଷୀକୁ ଫାଶୀଦଣ୍ଡ ମିଳିଥାନ୍ତା । ଏଥିସହ ଟିଏମସି ମୁଖ୍ୟ କହିଛନ୍ତି ପ୍ରଥମ ଦିନରୁ ହିଁ ଆମେ ଦୋଷୀକୁ ଫାଶୀଦଣ୍ଡ ମିଳୁ ବୋଲି ଦାବି କରିଥିଲୁ କିନ୍ତୁ ସିବିଆଇର ତଦନ୍ତ ସନ୍ତୋଷଜନକ ନଥିଲା ଓ ଆଜି ଦୋଷୀକୁ ଫାଶୀଦଣ୍ଡ ଜାଗାରେ ଆଜୀବନ କାରାଦଣ୍ଡ ମିଳିଛି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ମମତା ସେପଟେ କୋର୍ଟଙ୍କ ଫଇସଲାକୁ ବିରୋଧ କରି ଜୁନିୟର ଡାକ୍ତର ଜୋରଦାର ବିକ୍ଷୋଭ କରିଛନ୍ତି । ଅନ୍ୟପଟେ କାହିଁକି ସଂଜୟକୁ ହେଲାନି ଫାଶୀ ସେନେଇ ଅନେକ ଉଠାଇଛନ୍ତି ପ୍ରଶ୍ନ । କୋର୍ଟଙ୍କ ରାୟ ଅନୁସାରେ 
 
ସଞ୍ଜୟ ବିରୋଧରେ ସବୁ ଅପରାଧ ପ୍ରମାଣିତ
ପ୍ରମାଣ ତଥ୍ୟ ସାଖ୍ୟ ଆଧାରରେ ଦୋଷୀ ସାବ୍ୟସ୍ତ
ଘଟଣା କୌଣସି ସାଧାରଣ ଅପରାଧ ନୁହେଁ
ଏହା ‘ବିରଳରୁ ଅତି ବିରଳତମ’ ଘଟଣା ନୁହେଁ
ଏହା ଜଘନ୍ୟ ଅପରାଧ ଶ୍ରେଣୀରେ ଯାଇନାହିଁ
ମୃତ୍ୟୁ ଦଣ୍ଡାଦେଶର ଆବଶ୍ୟକତା ନାହିଁ
ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି 
ସଞ୍ଜୟ ବିରୋଧରେ ଲାଗିଥିଲା ସଂଗୀନ ଦଫା
ଧାରା(୬୪) ଦୁଷ୍କର୍ମ
ଧାରା(୬୬) ମାରିଦେବା ପାଇଁ ଦଣ୍ଡ
ଧାରା(୧୦୩-୧) ହତ୍ୟାରେ ମାମଲା ରୁଜୁ
ଧାରା(୬୪) ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe