କନକ ବ୍ୟୁରୋ : ଶ୍ରୀମନ୍ଦିରରେ ବଙ୍ଗୀୟ ପର୍ୟ୍ୟଟକ ଓ ଜେଟିପି ମାରପିଟ୍‌ । ୪ରୁ ୫ ଜଣ ବଙ୍ଗୀୟ ପର୍ୟ୍ୟଟକଙ୍କ ମାଡ଼ରେ ଜେଟିପି ଗୁପ୍ତେଶ୍ୱର ରାଉତରାୟ ଆହତ ହୋଇଛନ୍ତି । ଏନେଇ ସିଂହଦ୍ୱାର ଥାନାରେ ଏତଲା ହୋଇଛି । ପୋଲିସ ଆହତ ଜେଟିପି ଓ ବଙ୍ଗୀୟ ପର୍ୟ୍ୟଟକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଦାୟିତ୍ୱରେ ଥିଲେ ଜେଟିପି ।

Advertisment

ପ୍ରସ୍ଥାନ ବାଟରେ ପ୍ରବେଶକୁ ନେଇ ଜେଟିପି ଓ ବଙ୍ଗୀୟ ପର୍ୟ୍ୟଟକଙ୍କ ମଧ୍ୟରେ ହଙ୍ଗାମା ହୋଇଥିଲା । ଜେଟିପି ଗୁପ୍ତେଶ୍ୱର ରାଉତରାୟ ଏହାକୁ ବାରଣ କରିଥିଲେ । ଏହା ସତ୍ତ୍ୱେ ସେମାନେ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । ଯାହାକୁ ନେଇ ପାଟିଟୁଣ୍ତ ହୋଇଥିଲା । ଏହାପରେ ବଙ୍ଗୀୟ ପର୍ୟ୍ୟଟକ ଜେଟିପିଙ୍କୁ ମାଡ଼ ମାରିଥିଲେ ।