କନକ ବ୍ୟୁରୋ : ଗୋଟିଏ ସମୟ ଥିଲା ଯେତେବେଳେ ଲୋକମାନେ ଗଦି କିମ୍ବା ବିନା ତକିଆରେ ଚଟାଣରେ ଶାନ୍ତିରେ ଶୋଉଥିଲେ । ନା କାଠର ପଲଙ୍କ , ନା ମହଙ୍ଗା ଗଦି । ବିଛଣା ପାରି ଶୋଉ ଶୋଉ ଆଖିକୁ ଚାଲିଆସୁଥିଲା ନିଦ । ଆଜିର ସମୟରେ ଯଦି ବୟସ୍କ ଲୋକଙ୍କୁ ସେଭଳି ମହଙ୍ଗା ଗଦି କିମ୍ବା ଖଟରେ ବିଶ୍ରାମ କରିବାକୁ କୁହାଯାଏ ତେବେ ତାଙ୍କୁ ଜମାରୁ ବି ନିଦ ହେବନି । ବର୍ତ୍ତମାନ ସମୟରେ କମ୍ ବୟସରୁ ପିଠି ଯନ୍ତ୍ରଣା, ନିଦ୍ରାହିନତା ଏବଂ ଥକ୍କାପଣର ସମସ୍ୟା ଲାଗିରୁହେ । କିନ୍ତୁ ସେ ସମୟର ଲୋକଙ୍କ କଥା ହିଁ କିଛି ଅଲଗା ଥିଲା । ବୟସ ନ ବଢ଼ିଲେ ଯନ୍ତ୍ରଣାର ଚାନ୍ସ ନାହିଁ । ଆଉ ଏହା ପଛର କାରଣ ଥିଲା ଚଟାଣ ଉପରେ ଶୋଇବା । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ ତଳେ ଶୋଇବା ଦ୍ବାରା ଶରୀରକୁ ପ୍ରାକୃତିକ ସପୋର୍ଟ ମିଳେ । ମେରୁଦଣ୍ଡ, ରକ୍ତ ପ୍ରବାହ ଏବଂ ନିଦ୍ରା ଗୁଣବତ୍ତା ଉପରେ ସକାରାତ୍ମକ ପ୍ରଭାବ ପକାଏ । ତେବେ ଆସନ୍ତୁ ଏହା ପଛରେ ଥିବା ବୈଜ୍ଞାନିକ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ବିଷୟରେ ଜାଣିବା । 

Advertisment

ଆଗକୁ ପଢ଼ନ୍ତୁ : ହେଲମେଟ୍ ପିନ୍ଧି ପିନ୍ଧି ଝଡ଼ିଗଲାଣି କି ଚୁଟି? ଚନ୍ଦାପଣକୁ ଦୂରେଇବା ପାଇଁ କରିବେ କ’ଣ ?

ଯଦି ଆପଣଙ୍କ ଶରୀରର କୌଣସି ସ୍ଥାନରେ ଯନ୍ତ୍ରଣା ହେଉଛି ତେବେ ଚଟାଣ ଉପରେ ଶୋଇବା ଆରମ୍ଭ କରନ୍ତୁ ୩୦ ଦିନ ଭିତରେ ପାର୍ଥକ୍ୟ ଜାଣିପାରିବେ । ତଳେ ଶୋଇବା ଦ୍ଵାରା ମେରୁଦଣ୍ଡର ବାଲାନ୍ସ ଠିକ୍ ରହେ । ନରମ ଗଦିରେ ଶରୀରର ଓଜନ ଅସମାନ ଭାବରେ ବିସ୍ତାରିତ ହୋଇ ପଡ଼େ ଯାହାଦ୍ବାରା ପିଠି ଏବଂ ଅଣ୍ଟା ବିନ୍ଧା ଭଳି ସମସ୍ୟା ଦେଖାଯାଏ । ଅନ୍ୟପକ୍ଷରେ ଚଟାଣରେ ଶୋଇବା ଦ୍ବାରା ଶରୀର ସିଧା ରୁହେ ଏବଂ ମାଂସପେଶୀ ଉପରେ ଚାପ ପଡ଼େ ନାହିଁ । ଏହା ଦ୍ଵାରା ପିଠି ଯନ୍ତ୍ରଣା କମ ହୁଏ ଏବଂ ପୋସ୍ଚର ମଧ୍ୟ ଠିକ୍ ରୁହେ । ଥଣ୍ଡା ଲାଗୁଥିବାରୁ ଏହା ଶରୀରର ତାପମାତ୍ରାକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ ଯାହାଦ୍ବାରା ନୀଦ ଗଭୀର ଏବଂ ଲମ୍ବା ସମୟ ପାଇଁ ହୁଏ । ଯେତେବେଳେ ଶରୀର ପୃଷ୍ଠ ସହିତ ସମାନ ଭାବରେ ସମନ୍ୱିତ ହୁଏ ରକ୍ତ ସଞ୍ଚାଳନ ଉନ୍ନତ ହୁଏ ଏବଂ ମାଂସପେଶୀରେ ଶକ୍ତି ସଞ୍ଚାର ହୁଏ । ଏହି କାରଣରୁ ତଳେ ଶୋଉଥିବା ଲୋକମାନେ ପ୍ରାୟତଃ ସକାଳେ ଅଧିକ ଫୁର୍ତ୍ତିବାନ ଏବଂ ଶକ୍ତିଶାଳୀ ଅନୁଭବ କରନ୍ତି । ଖାଲି ଆକ୍ଟିଭ୍ ନୁହେଁ ତଳେ ଶୋଇଲେ ଶରୀରର ନମନୀୟତା ବୃଦ୍ଧି ପାଏ ଏବଂ ଜଏଣ୍ଟ୍ ପେନରୁ ମଧ୍ୟ ମୁକ୍ତି ମିଳେ । ଆୟୁର୍ବେଦ ଏହା ମଧ୍ୟ କହେ ଯେ ଚଟାଣରେ ଶୋଇବା ଦ୍ୱାରା ଶରୀରର ଶକ୍ତି ପ୍ରବାହ ସନ୍ତୁଳିତ ହୁଏ ଏବଂ ଥକ୍କାପଣ ହ୍ରାସ ପାଏ ।



ତେବେ ଏହି ଅଭ୍ୟାସ ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ । ଗଣ୍ଠି ଯନ୍ତ୍ରଣା, ଥଣ୍ଡା କିମ୍ବା ଇଉସିନୋଫିଲିଆରେ ପୀଡ଼ିତ ଲୋକମାନେ ତଳେ ଶୋଇବାରୁ ଦୂରେଇ ରହିବା ଉଚିତ । ଯଦି କେତେବେଳେ ଇଚ୍ଛା ହୁଏ ତେବେ ପତଳା ଗଦିରେ ଶୋଇପାରିବେ ।