କନକ ବ୍ୟୁରୋ: କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏବେ ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ପାଇ ପାରିବେ ଆୟୁଷ୍ମାନ ଯୋଜନାର ଲାଭ । ଏନେଇ କେନ୍ଦ୍ର କ୍ୟାବିନେଟରେ ମୋହର ବାଜିଛି । ଏହାଦ୍ବାରା ଦେଶର ପ୍ରାୟ ସାଢ଼େ ୪ କୋଟି ପରିବାରର ୬ କୋଟି ବରିଷ୍ଠ ନାଗରିକ ଉପକୃତ ହେବେ । ଏହା ପୂର୍ବରୁ ୧୨.୩ କୋଟି ପରିବାରକୁ ଏହି ଯୋଜନାର ଲାଭ ମିଳୁଥିଲା । ଆୟୁଷ୍ମାନ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ସହାୟତା ମିଳିପାରିବ । ଏହାଛଡ଼ା କ୍ୟାବିନେଟ ବୈଠକରେ ପିଏମ ଇ-ଡ୍ରାଇଭ ଯୋଜନାକୁ ମଧ୍ୟ ମଞ୍ଜୁରି ମିଳିଛି । ଦେଶରେ ପ୍ରଦୂଷଣ ମାତ୍ରା କମାଇବା ପାଇଁ ଏହି ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାର କାର୍ୟ୍ୟକାରିତା ପାଇଁ ୧୦ ହଜାର ୯୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ପିଏମ୍ ଇ-ବସ୍ ଯୋଜନା ପାଇଁ ୩,୪୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପିଏମ୍ ଗ୍ରାମ ସଡ଼କ ଯୋଜନାରେ ୭ ହଜାର ୧୨୫ କୋଟି ଟଙ୍କାକୁ କ୍ୟାବିନେଇ ମଞ୍ଜୁରି ମିଳିଛି । ଏହି ଯୋଜନାରେ ୨୦୨୯ ସୁଦ୍ଧା ୬୨ ହଜାର ୫୦୦ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ମିଶନ ମୌସନ ପାଇଁ ମଧ୍ୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।
କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି: ୭୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ଆୟୁଷ୍ମାନ ଯୋଜନାର ସୁବିଧା
କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏବେ ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ପାଇ ପାରିବେ ଆୟୁଷ୍ମାନ ଯୋଜନାର ଲାଭ । ଏନେଇ କେନ୍ଦ୍ର କ୍ୟାବିନେଟରେ ମୋହର ବାଜିଛି । ଏହାଦ୍ବାରା ଦେଶର ପ୍ରାୟ ସାଢ଼େ ୪ କୋଟି ପରିବାରର ୬ କୋଟି ବରିଷ୍ଠ ନାଗରିକ ଉପକୃତ ହେବେ ।