କନକ ବ୍ୟୁରୋ: ରାସନ କାର୍ଡ ପାଇଁ ରାତି ଅନିଦ୍ରା । ରାତିଅଧରୁ ଭଦ୍ରକ ବ୍ଲକ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ହିତାଧିକାରୀ । ରାସନ୍ କାର୍ଡରେ ପୁଣି ଯୋଡ଼ି ହେବା ପାଇଁ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ମାତ୍ର ୧୨୦ ଜଣଙ୍କୁ ଟୋକନ ମିଳିବାକୁ ଥିବା ବେଳେ  ଅପେକ୍ଷା କରିଛନ୍ତି ୨ ହଜାରରୁ ଅଧିକ । ଭଦ୍ରକ ବ୍ଲକ ସମ୍ମୁଖରୁ ଗୋଟେ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଛି । ଭଦ୍ରକ ବ୍ଲକ ପରିସରରେ ଏମିତି ଭାବେ ହଜାର ହଜାର ସଂଖ୍ୟକ ହିତାଧିକାରୀଙ୍କ ଲମ୍ବା ଲାଇନ ଲଗାଇଛନ୍ତି ହିତାଧିକାରୀ । ତେବେ ରାସନ୍ କାର୍ଡରେ କଟି ଯାଇଥିବା ହିତାଧିକାରୀ ନିଜ ନାମ ଯୋଡିବା ପାଇଁ ବ୍ଲକକୁ ରାତି ଅଧରୁ ଆସିଥିଲେ । କିନ୍ତୁ ମାତ୍ର ୧୨୦ ଜଣଙ୍କୁ ଟୋକନ୍ ଦିଆଯିବ । କିନ୍ତୁ ପ୍ରାୟ ଦୁଇ ହଜାର ଭଳି ହିତାଧିକାରୀ ରାତିରୁ ଏବେ ପର୍ଯ୍ୟନ୍ତ ପ୍ରାୟ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଲାଇନରେ ରହିଛନ୍ତି । ଆଜି ନୂତନ ରାସନକାର୍ଡ, ଏଥିରେ ଯୋଡ଼ା ହେଵା ଓ କଟିଥିବା ହିତାଧିକାରୀଙ୍କ ନାମ ଯୋଡ଼ା ହେବା ନେଇ ଚାଲିଛି ପ୍ରକ୍ରିୟା ।